ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରାମ ନୁହଁନ୍ତି ସେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦର ପରମ ଭକ୍ତ, ରାବଣ ଦହନ ବିରୋଧରେ କରୁଛନ୍ତି ସଚେତନତା ସୃଷ୍ଟି

Published By : Rasmita Pradhan | October 10, 2024 2:40 PM

ନୂଆଦିଲ୍ଲୀ, ୧୦/୧୦ : ନବରାତ୍ରି ପାଇଁ ସାରା ଦେଶ ଉତ୍ସବମୁଖର ଥିବାବେଳେ ଶ୍ରୀରାମଙ୍କ ବିଜୟ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଇତିମଧ୍ୟରେ ଏକ ମଜାଦାର ଖବର ଚର୍ଚ୍ଚାକୁ ଆସିଛି। ବୁନ୍ଦେଲଖଣ୍ଡର ସାଗର ଜିଲ୍ଲାରେ ଜଣେ ବ୍ୟକ୍ତି ରାମ ନୁହେଁ, ରାବଣଙ୍କୁ ପୂଜା କରୁଛନ୍ତି । ୪୭ ବର୍ଷୀୟ ସୁବୋଧ ଶୁକ୍ଲା ‘ଜୟ ଲଙ୍କେଶ’ ଓ ‘ଜୟ ରାବଣ ଜୟ ବ୍ରାହ୍ମଣ’ ନାରା ଦେଉଛନ୍ତି । ଦଶହରା ଦିନ ରାବଣ ଦହନ ବିରୋଧରେ ସଚେତନତା ସୃଷ୍ଟି ଲାଗି ସେ ପ୍ରୟାସ କରୁଛନ୍ତି । 

ସାଗର ସ୍ଥିତ ରବିଶଙ୍କର ୱାର୍ଡ ବାସିନ୍ଦା ସୁବୋଧ ପ୍ରଥମେ ହୋମଗାର୍ଡ ଭାବେ ଇନ୍ଦେରରେ ମୁତୟନ ଥିଲେ । ପରେ ଜୈନ ଆଦିମ ଜାତି କଲ୍ୟାଣ ବିଭାଗ, ଖଣ୍ଡୱାକୁ ତାଙ୍କର ବଦଳି ହେଲା । ସେଠାରେ ସେ ଆଦିବାସୀ ସମୁଦାୟରେ କାମ କଲେ । ସେଠାକାର ଆଦିବାସୀ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କୁ ପୂଜା କରନ୍ତି । ଏହା ଦେଖି ସୁବୋଧଙ୍କର ରାବଣ ପ୍ରତି ରୁଚି ବଢ଼ିଲା । ଇତିମଧ୍ୟରେ ସେ ରାବଣ ସଂହିତା ଓ ରାବଣ ସ୍ତୁତି ଅଧ୍ୟୟନ କଲେ ଏବଂ ରାବଣଙ୍କ ଭକ୍ତ ପାଲଟିଗଲେ । 

ସୁବୋଧ କହନ୍ତି, ଖଣ୍ଡୱାର ଆଦିବାସୀଙ୍କ ବିଶ୍ୱାସ ଥିଲା ଯେ ରାବଣ ଦକ୍ଷିଣର ଦ୍ରାବିଡ଼ ବ୍ରାହ୍ମଣ ଥିଲେ । ସେମାନଙ୍କ ପାଇଁ ସେ ଭଗବାନ ଥିଲେ । ଆଦିବାସୀଙ୍କର ଏହି ବିଶ୍ୱାସ ତାଙ୍କୁ ରାବଣର ଭକ୍ତ ହେବାକୁ ପ୍ରେରିତ କଲା । ସେ ନିଜ ଅନୁଭବରୁ ରାବଣଙ୍କୁ ନିଜ ଆରାଧ୍ୟ ମାନନ୍ତି । ରାବଣ ଦହନକୁ ନେଇ ସୁବୋଧ କହନ୍ତି, ଏହା ବ୍ରାହ୍ମଣ ସମାଜର ଶୋଷଣର ପ୍ରତୀକ । ସେ ରାଷ୍ଟ୍ରୀୟ ରାବଣ ସେନା ନାମକ ସଂଗଠନ କରିଛନ୍ତି, ଯାହା ଜରିଆରେ ସେ ବ୍ରାହ୍ମଣଙ୍କୁ ଏକଜୁଟ କରିବାକୁ ପ୍ରୟାସ କରୁଛନ୍ତି । ରାବଣଙ୍କ ପ୍ରତି ସୁବୋଧଙ୍କ ଭକ୍ତି କେବଳ ଆସ୍ଥାରେ ସୀମିତ ନାହିଁ । ସେ ଶିବଙ୍କର ମଧ୍ୟ ଭକ୍ତ । ନିୟମିତ ଶିବ ତାଣ୍ଡବ କରନ୍ତି । ସେ କହନ୍ତି, ରାବଣ ମହାକାଳଙ୍କର ପରମ ଭକ୍ତ ଥିଲେ । ତେଣୁ ତାଙ୍କୁ କେବଳ ରାକ୍ଷସ ରୂପେ ନୁହେଁ, ଜଣେ ଆଦର୍ଶ ବ୍ରାହ୍ମଣ ଓ ବିଦ୍ୱାନ ରୂପେ ବିବେଚନା କରାଯିବା ଉଚିତ୍‌।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.