ଭୋଗରାଇ,୧୦/୪ : ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାରେ ଘଟିଛି ଅଭାବନୀୟ ଘଟଣା । ଉପବିତ ଧାରୀଙ୍କ ଭିତରେ ଠେଲାପେଲାକୁ ନେଇ ହୋଇଛି ଗଣ୍ଡଗୋଳ । ଫଳରେ ଜଣେ ଉପବିତଧାରୀଙ୍କ ମୁଣ୍ଡ ଫାଟି ,ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ , ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର ପୀଠରେ ଚାଲୁ ରହିଛି ଚଡ଼କ ଯାତ୍ରା । ଆଜି ଚଡ଼କ ଯାତ୍ରାର ଚତୁର୍ଥ ଅର୍ଘ୍ୟ ଥିବାବେଳେ ରାତି ପ୍ରାୟ ୭ଟା ୩୦ସମୟରେ ଅର୍ଘ୍ୟ ଦାନ ପାଇଁ ମନ୍ଦିର ପରିସରରେ ପ୍ରବଳ ଭିଡ଼ ହୋଇଥିବାବେଳେ ଛିଡା ହେବାକୁ ନେଇ ଉପବିତଧାରୀମାନଙ୍କ ଭିତରେ ଗଣ୍ଡଗୋଳ ଲାଗି ରହିଥିଲା । ମାତ୍ର ଗଣ୍ଡଗୋଳ ଏପରି ପରିସ୍ଥିତି ହୋଇଥିଲା ଯାହା ଫଳରେ ଭୋଗରାଇ ଦେଉଳା ଗ୍ରାମର ଜଣେ ଉପବିତ ଧାରୀଙ୍କ ମୁଣ୍ଡ ଫାଟିଥିବାବେଳେ ମନ୍ଦିର ପରିସରକୁ ପୋଲିସ ଦୌଡ଼ିଦୌଡ଼ି ଯିବା ପରେ ଉପବିତ ଧାରୀଙ୍କୁ ଉଦ୍ଧାର କରି ପାଖରେ ଥିବା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ୨୨ପ୍ଲାଟୁନ ପୋଲିସ ଫୋର୍ସ ଥିବାବେଳେ ଘଟଣା ମୁଣ୍ଡ ଫାଟିବା ପର୍ଯ୍ୟନ୍ତ ଗଲା କେମିତି । ଏହି ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।