ବାଙ୍ଗିରିପୋଷି ୦୩/୧୨: ଚଳନ୍ତା ହାଇଓ୍ବାରେ ଲାଗିଗଲା ନିଆଁ । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳୁଗଲା ହାଇଓ୍ବା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର।
ସୂଚନା ଅନୁଯାୟୀ, ବାଙ୍ଗରିପୋଷି ଥାନା ଅନ୍ତର୍ଗତ ମହୁଲିଶୋଳ ଛକ ନିକଟରେ ଏକ ଚଳନ୍ତା ହାଇଓ୍ବାରେ ନିଆଁ ଲାଗିଗଲା। ରାସ୍ତା କାମ ପାଇଁ ପିଚୁ ଭଜା ଚିପ୍ସ ନେଇ ଯାଉଥିଲା ବେଳେ ଏହି ଅଘଟଣଟି ଘଟିଛି । ସମ୍ଭାବ୍ୟ ବିପଦରୁ ଉଭୟ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।