ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ

Published By : Harapriya Sethi | October 30, 2024 10:54 AM

କେନ୍ଦୁଝର ସଦର,୩୦/୧୦: ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କେନ୍ଦୁଝରଗଡ଼ ଠାରେ ଶ୍ରମିକ ୟୁନିୟନ ରେଳ କର୍ମଚାରୀ ସଂଗଠନ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ ତଟ ରେଳପଥ ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ତଥା ଏଆଇଆରଏଫର ଉପ ସଭାପତି ପିକେ ପାଟ୍ଟଶାଣୀ, ବିଶାଖାପାଟଣା ସିଏଲଆଇ ଆର ଭି ଏସ ଏସ ରାଓ,  ଖର୍ଦ୍ଧା ମଣ୍ଡଳର କୋଡ଼ିନେଟର ରଞ୍ଜିତ କୁମାର ଦାସ, କେନ୍ଦୁଝର ବ୍ରାଞ୍ଚ ସେକ୍ରେଟାରୀ କରମବିର ରାୟ, କାର୍ଯ୍ୟକାରୀ ସଭାପତି ତଥା ସି ଏଲ ଆଇ ସୁଧୀର ଚନ୍ଦ୍ର ଗିରୀଙ୍କ ସମେତ ନରଣପୁର ଷ୍ଟେସନ ମ୍ୟାନେଜର ବିବିତା ପଟ୍ଟା, ଭଦ୍ରକ ଏଲପିପି ପିକେ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

ଏହି ସଭାରେ ଅଷ୍ଟମ ବେତନ କମିଶନ କିପରି ଲାଗୁ ହୋଇ ପାରିବ ଓ ୟୁପିଏସରେ ଥିବା ଅସୁବିଧାକୁ କିପରି ଦୂର କରାଯାଇ ପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ଟୋକନ ପୋଟର, ଟି.ପି, ଟ୍ରାକ ମେଣ୍ଟେନର, ଲୋକ ପାଇଲଟ, ଆସିଷ୍ଟାଣ୍ଟ ଲୋକ ପାଇଲଟ ଓ ଟ୍ରେନ ମେନେଞ୍ଜରଙ୍କ ଗ୍ରେଡପେ ବୃଦ୍ଧି ବିଷୟରେ ଆଲୋଚନା କରାଯାଇଥିଲା । କେନ୍ଦୁଝରଗଡ଼ରେ କାର୍ଯ୍ୟରତ ରେଳ କର୍ମଚାରୀଙ୍କ ଉନ୍ନତ ଚିକିତ୍ସା ସେବା ପାଇଁ ରେଳବାଇ ଓ କେନ୍ଦୁଝରଗଡ଼ର କୌଣସି ଘରୋଇ ଡାକ୍ତରଖାନା ସହିତ ଅନୁବନ୍ଧିତ କରିବା, କେନ୍ଦୁଝରଗଡ଼ ରେଳ ଇନଷ୍ଟିଚ୍ୟୁଟର ମୋଡିଫିକେସନ ସହିତ ଏସି କରିବା ଓ କେନ୍ଦୁଝରରେ କୋଚିଂ ବେଶ ପ୍ରତିଷ୍ଠା କରିବା ବିଷୟରେ ମଧ୍ୟ ଆଲୋଚନା କରା ଯାଇଥିଲା । ଶେଷରେ ଆଗାମୀ ଡିସେମ୍ବର ଚାରିରୁ ଛଅ ତାରିଖରେ ହେବାକୁ ଥିବା ରେଳବାଇ କର୍ମଚାରୀ ସଂଗଠନର ନିର୍ବାଚନରେ କିପରି ଶ୍ରମିକ ୟୁନିୟନ ବିଜୟ ହାସଲ କରିବ ସେବିଷୟରେ ପୂର୍ଣ ଚର୍ଚ୍ଚା କରା ଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ନରଣପୁର ଷ୍ଟେସନ ମାଷ୍ଟର ପ୍ରକାଶ କୁମାର ପଣ୍ଡା, ପି ଡବ୍ଲୁ ଆଇ ସରୋଜ କୁମାର ବେହେରା, ଏମ ଆଇ ଅଶୋକ କୁମାର ବାରିକଙ୍କ ସମେତ କେନ୍ଦୁଝରଗଡ଼ରେ କାର୍ଯ୍ୟରତ ଦୁଇଶହରୁ ଅଧିକ ରେଳ କର୍ମଚାରୀ ଯୋଗ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.