ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାତ୍ୟାରେ ଭୁଶୁଡ଼ିଲା ଘର, ସହାୟତା ପାଇଁ କଲେ ନିବେଦନ

Published By : Gurupada Nath | October 29, 2024 8:57 PM

ନୀଳଗିରି,୨୯/୧୦ : ବାତ୍ୟା ଦାନା ପ୍ରଭାବରେ ଅନେକ ଘର ଭାଙ୍ଗି ଯିବାରୁ ପରିବାର ଅସହାୟ ହୋଇ ପଡିଛନ୍ତି। କେଉଁଠି ମୁଣ୍ଡ ଗୁଞ୍ଜିବେ କିଭଳି ପରିବାର ନେଇ ଚଳିବେ ଏ ନେଇ ଚିନ୍ତାରେ ପଡିଛନ୍ତି ଲୋକେ । ଏଭଳି ଜଣେ ପରିବାର ଅଛନ୍ତି ଯେଉଁ ମାନେ କି ବାତ୍ୟା ପାଇଁ ଅଣ୍ଟା ସଳଖି ପାରୁନାହାନ୍ତି। 

ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବାତ୍ୟା ଦାନା ପ୍ରଭାବରେ ଶତାଧିକ ଚାଳ ଛପର, ଟାଇଲ ଓ ଆଜବେଷ୍ଟ ଘର ନଷ୍ଟ ହୋଇଯାଇଛି । ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତ ସ୍ୱର୍ଗତ ଫକୀର ମୋହନ ନାୟକଙ୍କ ପୁଅ ଟିକାୟତ ନାୟକଙ୍କ ୩ ବଖରା ଟାଇଲ ଛପର ମାଟି ଘର ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଶ୍ରୀ ନାୟକ ପେଶାରେ ଜଣେ ସାମ୍ବାଦିକ ହୋଇଥିବାବେଳେ ସେ ଗରିବ ଅଟନ୍ତି । ଘରର ମାଟି କାନ୍ଥ ଭୁଶୁଡି କବାଟ, ଝରକା ଭାଙ୍ଗିଥିବାବେଳେ ଧାନ ଚାଉଳ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି । 

ଲକ୍ଷ ଲକ୍ଷ ଟଙ୍କାର ଘର ଓ ସାମଗ୍ରୀ ନଷ୍ଟ ହୋଇଯିବାରୁ ପରିବାର ଲୋକେ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଘର ଟି ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ଏବେ ପରିବାର ସହ ରହିବା ଅସମ୍ଭବ ହୋଇପଡିଛି । ତୁରନ୍ତ ତାଙ୍କୁ କ୍ଷତିପୂରଣ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ବିଡ଼ିଓ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.