ନୂଆଦିଲ୍ଲୀ,୦୬/୧୦: ଭାରତର ପ୍ରଧାନ ବିଚାରପତିଙ୍କୁ ଅପମାନ ଉଦ୍ୟମ । ଚିଫ୍ ଜଷ୍ଟିସ ବିଆର ଗଭଇଙ୍କୁ ଅପମାନ ଉଦ୍ୟମ କରିଛନ୍ତି ଜଣେ ଓକିଲ । ମଞ୍ଚ ନିକଟକୁ ଆସି ଜୋତା କାଢି ଚିପ୍ ଜଷ୍ଟିସ୍ ବି.ଆର. ଗଭଇଙ୍କ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ, କୋର୍ଟରେ ଉପସ୍ଥିତ ସୁରକ୍ଷା ବାହିନୀ ଓକିଲଙ୍କୁ କାବୁ କରି ବାହାରକୁ ନେଇଯାଇଥିଲେ । ମୋତେ ଏହା ଫରକ୍ ପଡିବ ନାହିଁ ବୋଲି ଘଟଣାକୁ ନେଇ କହିଛନ୍ତି ଚିଫ୍ ଜଷ୍ଟିସ୍ ବି.ଆର ଗଭଇ ।
ଜଣେ ଓକିଲ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର. ଗଭଇଙ୍କ ଖଣ୍ଡପୀଠ ଶୁଣାଣି ଚାଲିଥିବାବେଳେ ହଙ୍ଗାମା କରିଛନ୍ତି । ସେ ଚିଫ୍ ଜଷ୍ଟିସ୍ଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଛନ୍ତି । ପୋଲିସ ସମ୍ପୃକ୍ତ ଓକିଲଙ୍କୁ ଅଟକ ରଖିଛି । ହଙ୍ଗାମା ଭିତରେ ବି, ପ୍ରଧାନ ବିଚାରପତି ଗଭଇ ଶୁଣାଣି ଜାରି ରଖିଥିଲେ । ପୁଲିସ ଓକିଲଙ୍କୁ କୋର୍ଟ ରୁମରୁ ବାହାରକୁ ନେଇଯିବା ସମୟରେ ସେ ସନାତନ ଧର୍ମ ସହିତ ଜଡିତ ସ୍ଲୋଗାନ ଦେଉଥିଲେ । ରିପୋର୍ଟ ଅନୁଯାୟୀ, ଜଣେ ଓକିଲ ଡାଏସ ପାଖକୁ ଯାଇ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ । କିନ୍ତୁ, କୋର୍ଟରେ ଉପସ୍ଥିତ ସୁରକ୍ଷା ବାହିନୀ ଓକିଲଙ୍କୁ ଧରି ବାହାରକୁ ନେଇଯାଇଥିଲେ । ସେ ଯାଉଥିବା ସମୟରେ ଚିତ୍କାର କରି କହିଥିଲେ, "ଆମେ ସନାତନଙ୍କ ଅପମାନକୁ ସହ୍ୟ କରିବୁ ନାହିଁ ।" ଅଭିଯୁକ୍ତ ଓକିଲଙ୍କୁ ସୁରକ୍ଷା ବାହିନୀ ଅଟକ ରଖିଛି । ଓକିଲଙ୍କ ନାମ ରାକେଶ କିଶୋର ବୋଲି କୁହାଯାଉଛି ।
ଓକିଲଙ୍କର ଏପରି ଉଚ୍ଛୃଙ୍ଖଳ ବ୍ୟବହାରକୁ ନେଇ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ କହିଛନ୍ତି, '' ଆଜି ଦିନ ଦେଶର କଳା ଇତିହାସରେ ଲେଖାଯିବ । ସୁପ୍ରିମକୋର୍ଟ ସିଜେଆଇ ସମ୍ବିଧାନର ରକ୍ଷକ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବା ଛୋଟ ଘଟଣା ନୁହେଁ । ହୁଏତ ଏହା ତାଙ୍କୁ ବରଦାସ୍ତ ହେଉନଥିବ ଜଣେ ଦଳିତଙ୍କ ପୁଅ ସିଜେଆଇ ହୋଇପାରନ୍ତି । ଏହା ବାବା ସାହେବଙ୍କ ସ୍ବପ୍ନ ଥିଲା । ଆମେ ବାରମ୍ବାର କହୁଛୁ ଦେଶରେ ଜାତି-ଧର୍ମକୁ ନେଇ ଘୃଣା ଭରିଦିଆ ଯାଇଛି । ଏହା ତାର ପରିଣାମ । ବିଶ୍ୱଗୁରୁ ହେବାକୁ ଯାଉଥିଲ ହେଲେ ଦେଖ ଆମେ ବିଶ୍ବରେ ଏକା ହୋଇଯାଇଛୁ ।''
#WATCH | Delhi: Congress MP Imran Masood says, "Today will go down in history as a black day. The CJI is a protector of the Constitution. Hurling a shoe at him is no small incident. They cannot accept the fact that a Dalit has become the Chief Justice of India. This was Babasaheb… https://t.co/6vcy9FUnQH pic.twitter.com/0WreejbIyu
— ANI (@ANI) October 6, 2025
ସିଜେଆଇଙ୍କ ମନ୍ତବ୍ୟରେ ଓକିଲ ଅସନ୍ତୋଷ ଥିଲେ କି ? ସିଜେଆଇ ଗଭଇ ନିକଟରେ, ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ୭ ଫୁଟ ଉଚ୍ଚ ପ୍ରତିମା ପୁନଃସ୍ଥାପନ ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ । ସେ ଟିପ୍ପଣୀ ଦେଇଥିଲେ କି, ଯାହା ବ୍ୟାପକ ବିରୋଧ କରାଯାଇଥିଲା । ଆବେଦନକୁ ଖାରଜ କରି ସିଜେଆଇ କହିଥିଲେ, "ଯାଅ ଏବଂ ଭଗବାନଙ୍କୁ କିଛି କରିବାକୁ କୁହ । ତୁମେ କହୁଛ ଯେ ତୁମେ ଭଗବାନ ବିଷ୍ଣୁଙ୍କ ଜଣେ ଭକ୍ତ । ତେଣୁ ଯାଅ ଏବଂ ପ୍ରାର୍ଥନା କର। ଏହା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ, ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ଅନୁମତି ଦେବାକୁ ପଡିବ।