ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପ୍ରୟାଗରାଜ ମହାକୁମ୍ଭ ମେଳା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ, ହୁତ୍‌ହୁତ୍ ହୋଇ ଜଳୁଛି ଅସ୍ଥାୟୀ କ୍ୟାମ୍ପ

Published By : Prameya | January 19, 2025 4:42 PM

ପ୍ରୟାଗରାଜ – ମହାକୁମ୍ଭ ମେଳା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦମକଳ ଗାଡ଼ିକୁ ଘଟଣା ସ୍ଥଳକୁ ଡକା ଯାଇଛି। ତୁଳସୀ ମାର୍ଗରେ ସେକ୍ଟର -୧୯ ରେଲୱେ ବ୍ରିଜ୍‌ ତଳେ ବିବେକାନନ୍ଦ ସେବା ସମିତି ବାରଣାସୀର ଶିବିରରେ ଲାଗିଛି ନିଆଁ। ନିଆଁ ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି। ଘଟଣା ସ୍ଥଳରେ ଆତଙ୍କ ଖେଳି ଯାଇଛି।

ଶିବିର ଭିତରୁ ସିଲିଣ୍ଡର ଫାଟିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି। ନିଆଁ ଗୋଟିଏ ଶିବିରରୁ ଆଉ ଗୋଟିଏ ଶିବିରକୁ ଏମିତି ଭାବେ ବଢି ଚାଲିଛି। କିଛି ମିନିଟ୍‌ରେ ହିଁ ନିଆଁ ଡର୍ଜନରୁ ଅଧିକ ଟେଣ୍ଟକୁ ଜାଳି ପାଉଁଶ କରି ଦେଇଛି।  

କୁହାଯାଉଛି କି, ସିଲିଣ୍ଡର ଲିକ୍‌ ହେବାରେ ନିଆଁ ଲାଗିଛି। ଅନ୍ୟ ସିଲିଣ୍ଡର ଗୁଡ଼ିକୁ ନେଇ ଲୋକେ ବାହାର ଆଡ଼କୁ ଦୌଡ଼ିବାର ଦେଖା ଯାଉଛି। ଘଟଣା ସ୍ଥଳରେ ସବୁ ରେସ୍କ୍ୟୁ ଦଳ ପହଞ୍ଚି ସାରିଛନ୍ତି। ଏନଡିଆରଏଫ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଶିବିର ଭିତରୁ ଲଗାତାର ହାଲକା ଧରଣର ଶବ୍ଦ ମଧ୍ୟ ଆସୁଛି। ଘଟଣା ସ୍ଥଳରେ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚି ସାରିଛି। ମୁଖ୍ୟ ଅଗ୍ନିଶମ କେନ୍ଦ୍ରରୁ ୪ଟି ବଡ଼ ବଡ଼ ଦମକଳ ଗାଡ଼ି ଓ ୮ଟି ବୁଲେଟ୍‌ ମଧ୍ୟ ପ୍ରସ୍ଥାନ କରି ସାରିଛି। ମିଡ଼ିଆ ସେଣ୍ଟରରୁ ଦୁଇଟି ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳକୁ ଯାଇଛି, ହେଲେ ରାସ୍ତା ଜାମ୍ ଯୋଗୁଁ ବାଟରେ ଫସି ରହିଛି। 

କୁହାଯାଉଛି କି , ନିଆଁ ସେକ୍ଟର ୧୯ରୁ ୨୦ ଆଡ଼କୁ  ବଢୁଛି । ଏଥିରେ ଗୀତା ପ୍ରେସ୍‌ ଗୋରଖପୁରର ଶିବିର ମଧ୍ୟ ଏହା ପ୍ରଭାବରେ ଆସିଛି । ଅନେକ ଉଚ୍ଚ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଡିଆଇଜି ବୈଭବ କୃଷ୍ଣ ମଧ୍ୟ ଘଟଣା ସ୍ଥଳକୁ ଆସି ଯାଇଛନ୍ତି । ନିଆଁ ଲିଭାଇବାକୁ ପ୍ରୟାସ କରାଯାଉଛି। ବିଏସଏଫ୍‌କୁ ମଧ୍ୟ ଡକାଯାଇଛିଷ ମେଳାଧିକାରୀ ଓ ଏସଏସପି କୁମ୍ଭ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ହସ୍ପିଟାଲ ଓ ଏସଆରଏନ ହସ୍ପିଟାଲକୁ ଆଲର୍ଟକରିଦିଆ ଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.