ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ପୁରୁଷଙ୍କ ପାଇଁ ବରଦାନ ସଜନା ଶାଗ, ଏହିସବୁ ରୋଗରୁ ମିଳିବ ମୁକ୍ତି

Published By : Harapriya Sethi | February 16, 2025 7:57 AM

ସଜନା ଛୁଇଁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହାକୁ ଡ୍ରମଷ୍ଟିକ୍ ମଧ୍ୟ କୁହାଯାଏ। ଏହାର ପତ୍ରକୁ ସଜନା ଶାଗ ବୋଲି କୁହାଯାଇଥାଏ । ଏହାକୁ ଆୟୁର୍ବେଦରେ ଔଷଧ ଭାବରେ ବ୍ୟବହାର କରାଯାଏ। ଏଥିରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ରହିଛି। ଯାହା ଅନେକ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ୍, ପ୍ରୋଟିନ୍, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍, ଫୋଲେଟ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ । ବିଶେଷକରି ପୁରୁଷମାନଙ୍କ ପାଇଁ ସଜନା ଶାଗ କୌଣସି ବରଦାନ ଠାରୁ କମ୍ ନୁହେଁ । ପୁରୁଷମାନେ ଏହାକୁ ଖାଇ ଅନେକ ଲାଭ ପାଇପାରିବେ। ପ୍ରତିଦିନ ସଜନା ଶାଗ ଖାଇବା ଦ୍ୱାରା ପୁରୁଷମାନେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିପାରିବ। ପ୍ରଜନନ କ୍ଷମତା ବୃଦ୍ଧି କରିବାଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ, ପୁରୁଷମାନଙ୍କ ପାଇଁ ସଜନା ଶାଗ ସର୍ବୋତ୍ତମ। ପୁରୁଷଙ୍କ ପାଇଁ ସଜନା ଶାଗ କେତେ ଉପକାରୀ, ଆସନ୍ତୁ ଏହି ରିପୋର୍ଟରେ ଜାଣିବା ।

୧. ପ୍ରଜନନ କ୍ଷମତା ବୃଦ୍ଧି କରେ-

ଆଜିକାଲି ଭୁଲ ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ପୁରୁଷମାନଙ୍କ ମଧ୍ୟରେ ପ୍ରଜନନର ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ସଜନା ଶାଗ ଖାଇବା ଦ୍ୱାରା ପୁରୁଷମାନଙ୍କର ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ । ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ହୋଇ ରହିଥାଏ, ଯାହା ପୁରୁଷଙ୍କ ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। 

୨. ଟେଷ୍ଟୋଷ୍ଟେରନ୍ ବୃଦ୍ଧି କରିବାରେ ସାହାଯ୍ୟ କରେ-

ପୁରୁଷଙ୍କ ମଧ୍ୟରେ କମ୍ ଟେଷ୍ଟୋଷ୍ଟେରନ୍ ସ୍ତର ଅନେକ ସମସ୍ୟା ସୃଷ୍ଟି କରିପାରେ। ସଜନା ଶାଗ ଏବଂ ସଜନା ଛୁଇଁ ଖାଇବା ଦ୍ୱାରା ଟେଷ୍ଟୋଷ୍ଟେରନ୍ ସ୍ତର ବୃଦ୍ଧି ହୋଇଥାଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ପଲିଫେନୋଲ୍ ମିଳିଥାଏ । ଯାହା ଟେଷ୍ଟୋଷ୍ଟେରନର ମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରେ ।

୩. ଶୁକ୍ରାଣୁ ବୃଦ୍ଧି କରେ-

କମ୍‌ ଶୁକ୍ରାଣୁ ସମସ୍ୟା ସହିତ ସଂଘର୍ଷ କରୁଥିବା ପୁରୁଷମାନଙ୍କ ପାଇଁ ସଜନା ଶାଗ ଖାଇବା ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏହାକୁ ସେବନ କରିବା ଦ୍ୱାରା ପୁରୁଷଙ୍କଠାରେ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି ପାଏ ଏବଂ ଶୁକ୍ରାଣୁ ଗୁଣବତ୍ତା ମଧ୍ୟ ଉନ୍ନତ ହୁଏ। 

୪. ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ କରେ-

ବୟସ ବୃଦ୍ଧି ସହିତ ପୁରୁଷମାନଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା ସାଧାରଣ ହୋଇଯାଏ । ଏପରି ସ୍ଥିତିରେ, ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସଜନା ଶାଗ ଏବଂ ସଜନା ଛୁଇଁକୁ ଡାଏଟ୍‌ରେ ସାମିଲ କରିବା ବହୁତ ଲାଭଦାୟକ ହୋଇପାରେ। ଏଥିରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ମିଳିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ହୃଦୟକୁ ସୁସ୍ଥ ରଖେ ଏବଂ ହୃଦରୋଗର ଆଶଙ୍କା ହ୍ରାସ କରେ।

୫. ଆଖିକୁ ସୁସ୍ଥ ରଖିଥାଏ- 

ଆଜି କାଲି ଦୀର୍ଘ ସମୟ ଧରି ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବା ଏବଂ କମ୍ପ୍ୟୁଟର ବ୍ୟବହାର କରିବା ଦ୍ୱାରା ଖୁବ୍‌ କମ୍‌ ବୟସରୁ ହିଁ ଆଖି ଖରାପ ହୋଇଯାଉଛି ଏବଂ ଇଚ୍ଛା ନଥାଇ ମଧ୍ୟ ଚଷମା ବ୍ୟବହାର କରିବାକୁ ପଡ଼ୁଛି । ସେଥିପାଇଁ ସଜନା ଶାଗ ବହୁତ ଉପକାରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନ କହିଛନ୍ତି । ପ୍ରତ୍ୟେକ ଦିନ ସଜନା ଶାଗ ଖାଇବା ଦ୍ୱାରା ଆପଣଙ୍କ ଆଖି ଧିରେ ଧିରେ ଭଲ ହେବା ଆରମ୍ଭ କରିଥାଏ । ଯାହା ଆପଣଙ୍କୁ ଚଷମାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.