ନୂଆଦିଲ୍ଲୀ, ୧୪।୦୯: ବାରମ୍ବାର ଆରଟିଆଇ ଫାଇଲ୍ କରିବାରୁ ବ୍ୟକ୍ତି ବ୍ୟାନ୍ । ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କ ଉପରେ ଏହି ବ୍ୟାନ୍ ଲଗାଇଛି ଆୟୋଗ । ସେ ଆଇନର ଅପବ୍ୟବହାର କରିଥିବା ଅଭିଯୋଗ ଆଣିଛି ରାଜ୍ୟ ସୂଚନା ଆୟୋଗ ତାଙ୍କ ଉପରେ ପ୍ରକିବନ୍ଧକ ଲଗାଇଛନ୍ତି । ଆୟୋଗ ଆଦେଶ ଜାରି କହିଛନ୍ତି ଯେ, ପୁରୀ ଜିଲ୍ଲାରେ ସତପୁରୀ ଗାଁ ନିବାସୀ ଚିତ୍ତରଞ୍ଜନ ସେଠୀ ଫ୍ରେସ୍ ଆରଟିଆଇ ଫାଇଲ୍ କରିବାର ସୁବିଧାରୁ ବର୍ଷେ ପାର୍ଯ୍ୟନ୍ତ ବଞ୍ଚିତ ରହିବେ । ଆୟୋଗର ଅଭିଯୋଗ ଯେ, ଚିତ୍ତରଞ୍ଜନ ମଇତିପୁର ଗ୍ରାମପଞ୍ଚାୟତ ଓ ନିମାପଡ଼ା କାର୍ଯ୍ୟାଳୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଏବଂ ପଞ୍ଚାୟତର ଆୟ-ବ୍ୟୟର ହିସାବ ମାଗିବାକୁ ଯାଇ ୬୧ଟି ଆଇଟିଆଇ ଆବେଦନ କରିଛନ୍ତି ।

ରାଜ୍ୟ ସୂଚନା ଆୟୋଗରେ ନିଯୁକ୍ତି ସୁଶାନ୍ତ କୁମାର ମହାନ୍ତି କହିଛନ୍ତି ଯେ, ଆରଟିଆଇର ଜବାବ ମିଳିବା ପରେ ମଧ୍ୟ ସେଠୀ ବାରମ୍ୱାର ଆବେଦନ ଜାରି ରଖିଥିଲେ । ଏଥିପାଇଁ ତାଙ୍କ ଦ୍ୱାରା ଦାୟର କରାଯାଇଥିବା ୬୧ଟି ଆବେଦନ ଖାରଜ୍ କରାଯାଇଛି । ଆୟୋଗ ଆଦେଶରେ କହିଛନ୍ତି ଯେ, ଲଗାତାର ଏଭଳି ଆରଟିଆଇ ଦାଖଲ କରିବାର ଅର୍ଥ ଆବେଦକଙ୍କ ଦ୍ୱାରା ଏହି ପ୍ରକ୍ରିୟାକୁ ଉଲଙ୍ଘନ କରିବା । ଆବେଦକାରଙ୍କ ପାଇଁ ସୂଚନାର ଅଧିକାର ରହିଛି କିନ୍ତୁ, ସେ ଆଇନ ଓ ପ୍ରକ୍ରିୟାର ପାଳନ କରିବା ଲାଗି ବାଧ୍ୟ । କହିରଖୁଛୁ ଯେ, ରାଜ୍ୟ ସୂଚନା ଆୟୋଗ ସେଠୀଙ୍କ ଉପରେ ବର୍ଷେ ଯାଏ ବ୍ୟାନ୍ ଲଗାଇଛନ୍ତି । ଏଥିସହିତ ସମସ୍ତ ଆବେଦକଙ୍କୁ ବର୍ଷକରେ ସର୍ବାଧିକ ୧୨ଟି ଆରଟିଆଇ ଫାଇଲ୍ କରିବାକୁ ସୀମା ନିର୍ଦ୍ଧାରଣ କରିଛନ୍ତି । ଏଥିସହ ବର୍ଷକୁ ଆବେଦନ କରିଥିବା ଆରଟିଆଇ ସଂଖ୍ୟା ଉପରେ ସତ୍ୟପାଠ ଦେବାକୁ ବାଧ୍ୟତାମୂଳକ ରହିଛି । ଆୟୋଗର ଅଭିଯୋଗ ଯେ, ଚିତ୍ତରଞ୍ଜନ ବିପିଏଲ କାର୍ଡ ବ୍ୟବହାର କରି ମନମୁଖୀ କାମ କରିଥିଲେ । ଫାଇଲ୍ କରିବା ଲାଗି ୧୦ ଟଙ୍କାର ଶୁଳ୍କ ଦେବାକୁ ପଡ଼ିବ । କିନ୍ତୁ, ବିପିଏଲ କାର୍ଡ ଧାରକଙ୍କ ପାଇଁ କୌଣସି ଶୁଳ୍କ ନାହଁ । ବିପିଏଲ କାର୍ଡ ବ୍ୟବହାର କରି ଫାଇଲ୍ କରାଯାଇଥିବା ଆରଟିଆଇକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସେଠୀଙ୍କ ବିପିଏଲ କାର୍ଡର ଯାଞ୍ଚ କରିବା ଲାଗି ଆଦେଶ ଜାରି କରାଯାଇଛି ।