କଳାହାଣ୍ଡି,୧୪/୧୨: ପୋଲିସ ପଞ୍ଝାରେ ବାଇକ୍‌ ଲୁଟେରା ଗ୍ୟାଙ୍ଗର ଜଣେ ଲୁଟେରା । ଗିରଫ ହୋଇଥିବା ବାଇକ୍‌ ଲୁଟେରା ହେଉଛନ୍ତି ଜୁନାଗଡ଼ ଥାନା ନକଟିଗୁଡା ଗ୍ରାମର ସୁମନ୍ତ ନାଏକ । ତାଙ୍କ ନିକଟରୁ ୧୩ ଟି ବାଇକ୍‌ ଜବତ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଧର୍ମଗଡ ଥାନା ଅନ୍ତର୍ଗତ ଅଞ୍ଚଳରେ ବାଇକ୍‌ ଚୋରି ହେଉଥିବା ନେଇ ଅନେକ ଅଭିଯୋଗ ହୋଇଥିଲା । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରିବା ପରେ ବାଇକ୍‌ ଲୁଟେରା ଗ୍ୟାଙ୍ଗର ଜଣେ ଲୁଟେରା ସୁମନ୍ତ ନାଏକଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ପାଖରୁ ୧୩ ଟି ବାଇକ ଜବତ କରାଯାଇଛି ।