ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

କେରଳର ଏହି ମନ୍ଦିରରେ କୁକୁରଙ୍କୁ ପବିତ୍ର ମନେକରାଯାଏ , ବିଧି ବିଧାନର ସହ କରାଯାଏ ପୂଜା

Published By : Prameya | October 12, 2024 9:34 PM

କନ୍ନୁର : କେରଳର କନ୍ନୁର ଜିଲ୍ଲାରେ ପାରସିନୀ ମଦପ୍ପୁରା ଶ୍ରୀ ମୁଥପ୍ପନ ମନ୍ଦିରରେ ନିଆରା ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ମାନବ ଓ ଅନ୍ୟ ଜୀବିତ ପ୍ରାଣୀଙ୍କ ମଧ୍ୟରେ ଏକ ଉତ୍ତମ ସମ୍ୱନ୍ଧ ସ୍ଥାପିତ କରିବା ନଜର ଆସିଥାଏ। ଭଲପଟ୍ଟନମ ନଦୀ କୂଳରେ ଥିବା ଏହି ନିଆରା ମନ୍ଦିରର ସବୁଠୁ ବଡ଼ ପରିଚୟ ଏହାର ଦ୍ୱାର ବାହାରେ ଠିଆ ହୋଇଥିବା କୁକୁରଙ୍କର ଦୁଇଟି କାଂସ୍ୟ ମୂର୍ତ୍ତିରେ ରହିଛି। ଏହି ମନ୍ଦିର ଭଗବାନ ମୁଥପ୍ପନଙ୍କର, ଭଗବାନ ମୁଥପ୍ପନଙ୍କୁ ଭକ୍ତ ଭଗବାନ ଶିବ ଓ ବିଷ୍ଣଙ୍କ ଅବତାର ଭାବେ ବିଶ୍ୱାସ କରାଯାଏ। ଭକ୍ତଙ୍କ ଅନୁସାରେ କୁକୁର ଭଗବାନ ମୁଥପ୍ପନଙ୍କର ସବୁଠୁ ପସନ୍ଦର ଜୀବ। 

ଏଥି ଯୋଗୁଁ ଏଠାରେ ପ୍ରତିଦିନ ହଜାର ହଜାର ଭକ୍ତ ଭଗବାନଙ୍କ ପୂଜା କରିବା ସହ କୁକୁରଙ୍କୁ ମଧ୍ୟ ପୂଜା କରିବା ପାଇଁ ମନ୍ଦିରକୁ ଆସନ୍ତି , ଯେତେବେଳେ ଭଗବାନଙ୍କ ପୂଜା ସରେ , ସର୍ବପ୍ରଥମେ ପ୍ରସାଦକୁ କୁକୁରଙ୍କୁ ପରସା ଯାଏ। 

ଏହି ମନ୍ଦିରର ମହତ୍ତ୍ୱ ଏଥିପାଇଁ ଆହୁରି ବଢିଛି ,କାରଣ ଏହି ମନ୍ଦିର କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ତାଙ୍କ ପାର୍ଟିର ଗଡ଼ରେ ରହିଛି। ୮ ବର୍ଷ ପୂର୍ବେ କେରଳରେ ଯେବେ ପିନାରାଇ ବିଜୟନଙ୍କର ବାମ ମୋର୍ଚ୍ଚାର ସରକାର ଆସିଲା, ସେତେବେଳେ ତାଙ୍କ କ୍ୟାବିନେଟ୍‌ର ସବୁଠୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ଥିଲା ବିପଜ୍ଜନକ କୁକୁରଙ୍କୁ ମାରିବା। ସରକାରଙ୍କର ଏହି ନିଷ୍ପତ୍ତି ବିରୋଧରେ ବୈଶ୍ୱିକ ଆକ୍ରୋଶ ବ୍ୟାପିଲା , ଏହାର ପ୍ରଭାବ ଏମିତି ପଡ଼ିଲା କି କେରଳ ଯାତ୍ରା କରୁଥିବା ଯାତ୍ରୀମାନେ କେରଳକୁ ବହିଷ୍କାରର ଅଭିଯାନ ମଧ୍ୟ ଚଲାଇଲେ।

ମନ୍ଦିରର ଜଣେ ଟ୍ରଷ୍ଟିଙ୍କ ସଂପର୍କୀୟଙ୍କ ଅନୁସାରେ , ପ୍ରତିଦିନ ମନ୍ଦିରକୁ ପାଖାପାଖି ୯ ହଜାରରୁ ଅଧିକ ଭକ୍ତ ପୂଜା କରିବାକୁ ଆସନ୍ତି। ସପ୍ତାହର ଶେଷ ଦିନରେ ପାଖାପାଖି ୨୫ ହଜାରରୁ ଅଧିକ ଭକ୍ତ ଆସିଥାନ୍ତି। ପ୍ରତି ସକାଳ ଓ ସନ୍ଧ୍ୟାରେ , ମନ୍ଦିରରେ ନାୟୁତ୍ତୁ ବା କୁକୁରଙ୍କୁ ଖାଦ୍ୟ ଖୁଆଇବାର ଏକ ଉତ୍ସବ ଆୟୋଜିତ କରାଯାଏ। ଏକ ଦଶକରୁ ଅଧକ ସମୟରୁ ମନ୍ଦିରରେ କାମ କରୁଥିବା ମଦାପ୍ପୁରା କୁହନ୍ତି , ମନ୍ଦିର ପରିସର ଓ ଆଖପାଖର କୁକୁର ନାୟୁତ୍ତୁର ତଲାସରେ ଆସନ୍ତି। ତାଙ୍କୁ ଜଣାଥାଏ କି ଖାଦ୍ୟ ଖୁଆଇବାର ସମୟ କେବେ ହୋଇଯାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.