ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତାର ସାଙ୍ଘାତିକ ଫଳ, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ

Published By : Rasmita Pradhan | February 25, 2025 10:13 AM

ଭୁବନେଶ୍ଵର, ୨୫/୦୨ : ହଠାତ୍ ଫୋନ୍ ଆସିଲା... ତୁମ ଝିଅ ସ୍କୁଲରୁ ନିଖୋଜ ଅଛି। ଏ ଖବର ଶୁଣି କିଛି ଗାଁ ଲୋକଙ୍କୁ ଧରି ତୁରନ୍ତ ସ୍କୁଲରେ ପହଞ୍ଚିଲେ ବାପା। ହେଲେ ସେଠାରେ ଝିଅ ବିଷୟରେ ପଚାରିବାରୁ ଯାହା ଶୁଣିଲେ ତାଙ୍କ ମୁଣ୍ଡ ଘୂରାଇ ଦେଲା। ଭବିଷ୍ୟତ ଗଢିବା ପାଇଁ ସ୍ଵପ୍ନ ଦେଖି ଯେଉଁ ଆଶାରେ ଝିଅକୁ ସ୍କୁଲକୁ ପଠାଇଥିଲେ ସେ ଆଶା ମରିଗଲା। କାରଣ ଝିଅ ଏକ ସନ୍ତାନ ପ୍ରସବ ଦେଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ.ଏସ.ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। 

ଛାତ୍ରୀଙ୍କ ବାପା କହିବା ଅନୁଯାୟୀ, ଝିଅ ଚିତ୍ରକୋଣ୍ଡା ଏସ.ଏସ.ଡି ଉଚ୍ଚ ବାଳିକା ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲା। ଗତକାଲି ଇଂରାଜୀ ପରୀକ୍ଷା ଦେଇଥିଲା। ସ୍କୁଲର ଜଣେ ମ୍ୟାଡମ୍ ଫୋନ୍ କରି ଝିଅ ସ୍କୁଲରୁ ନିଖୋଜ ଥିବା ବିଷୟରେ କହିଥିଲେ। ଖବର ଶୁଣି ତୁରନ୍ତ କିଛି ଗାଁ ଲୋକଙ୍କୁ ଧରି ସେ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ। ଏ ବିଷୟରେ ପଚାରିବାରୁ ଝିଅ ଏକ ସନ୍ତାନ ପ୍ରସବ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମେଡ଼ିକାଲରେ ପହଞ୍ଚି ପରିବାର ଲୋକେ ଝିଅ ଓ ଛୁଆକୁ ଦେଖିଥିଲେ। 

ତେବେ ଛାତ୍ରୀଙ୍କ ବାପା ପୁଣି କହିଛନ୍ତି ଯେ, ଆଜିକୁ ବର୍ଷେ ହେବ ଝିଅ ଘରକୁ ଯାଇନାହିଁ। ଏ ଘଟଣା ସମ୍ପର୍କରେ କେବେ ମଧ୍ୟ ଝିଅ ପରିବାର ସହ କୌଣସି ଆଲୋଚନା କରିନାହିଁ। ଏହି ଘଟଣା ସମ୍ପର୍କରେ ସ୍କୁଲ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷାକଙ୍କୁ ପଚାରିବାରୁ ମୁଁ ଏହି ସଂପର୍କରେ ଅବଗତ ନାହଁ ବୋଲି କହିଛନ୍ତି। ତେବେ ଦଶମ ପରୀକ୍ଷା ଦେଉଥିବା ଛାତ୍ରୀ କେମିତି ଗର୍ଭବତୀ ହେଲେ ବିଦ୍ୟାଳୟର ହଷ୍ଟେଲ ପରିସରରେ ଏକ ସନ୍ତାନ ପ୍ରସବ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। 

ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷିତ ହେବ ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, କିନ୍ତୁ ଏହିଭଳି ଘଟଣା ଘଟିବା ପରେ ଅଭିଭାବକମାନେ ବାଳିକା ଶିକ୍ଷା ଠାରୁ ମୁହଁ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା କାରଣରୁ ଏହିଭଳି ଘଟଣା ବାରମ୍ବାର ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ଏହି ଖବରଟିକୁ ପଢନ୍ତୁ-ସ୍କୁଲରେ ପରିସ୍ରା କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପିଟି ନୋଳା ଫଟାଇଦେଲେ ନବମ ଛାତ୍ର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.