ବ୍ରହ୍ମପୁର, ୧୫/୭ : କିରୋସିନ ଢାଳି ହୋଇ ନିଜକୁ ଜାଳିଦେଲେ ଯୁବତୀ। ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀଙ୍କ ଆତ୍ମାହୁତି। ବୁଧବାର ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଯୁବତୀ ଜଣଙ୍କ କାହିଁକି ନିଜକୁ ଜାଳିଦେଲେ ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଯୁବତୀ ଜଣଙ୍କ ବୁଧବାର ସକାଳେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା (SCB) କୁ ସ୍ଥାନାନ୍ତର କରାଯାଉଥିଲା। ତେବେ ଦୁର୍ଭାଗ୍ୟବଶତଃ କଟକ ନେବା ବାଟରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁବତୀ ଜଣଙ୍କ କେଉଁ ପରିସ୍ଥିତିରେ ଏବଂ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ଜଣାପଡ଼ି ନାହିଁ। ପରିବାର ଲୋକଙ୍କ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅପରପକ୍ଷେ ଘଟଣା ସମ୍ପର୍କରେ ଖବର ପାଇ ବଡ଼ବଜାର ଥାନା ପୁଲିସ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ- ଅପହରଣ ହୋଇଥିଲା ଝିଅ, ପୁଲିସ ପାରିଲାନି... ରାକ୍ଷସଙ୍କ ଠୁ ଝିଅକୁ ଛଡ଼ାଇ ଆଣିଲେ ବାପା