ପ୍ରମୂଖ ଖବର
  • ସୁନ୍ଦରଗଡ : ହାଇୱା ଧକ୍କାରେ ବାପା ମୃତ, ଝିଅ ଗୁରୁତର
  • ||
  • ବରଗଡ଼ : କେନାଲ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବୌଦ୍ଧ ପୋଲିସର ବଡ଼ ଆକ୍ସନ, ୮ କୋଟିର ଗଞ୍ଜେଇ ନଷ୍ଟ
  • ||
  • ଭଦ୍ରକ : ସ୍କର୍ପିଓରେ ଗୋରୁ ଚୋରି, ଗାଡ଼ି ଅଟକ ରଖିଲେ ଗ୍ରାମବାସୀ
  • ||
  • ସାଲେପୁର : କାର୍‌- ବାଇକ୍‌ ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର
  • ||
  • ରାସନ କାର୍ଡ ହିତାଧିକାରୀଙ୍କୁ ଏବେ ମିଳିବନି ଗହମ: କେଉଁ ଜିଲ୍ଲାର କେତେ ଚାହିଦା, ଏଯାଏଁ ସରିନି ହିସାବ
  • ||
  • କନ୍ଧମାଳ : ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଇବର ଠକେଇ, ପରୀକ୍ଷାରେ ନମ୍ବର ଅଧିକ କରେଇବା ପାଇଁ ଆସୁଛି ଫୋନ୍‌ କଲ୍
  • ||
  • ରେଣ୍ଟାଲ କଲୋନି-ଷ୍ଟୁଡିଓ ଛକରେ ସିରିଜ୍‌ ଦୁର୍ଘଟଣା: କାର୍‌କୁ ପିଟି ଓଲଟି ପଡିଲା କାର୍‌, ୪ ଆହତ
  • ||
  • ଖସୁଛି ତାପମାତ୍ରା, ବଢ଼ୁଛି ଶୀତ: ୨୦ ଡିଗ୍ରୀ ତଳେ ୧୫ ସହରର ପରଦ, ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ରେକର୍ଡ
  • ||

ହରିୟାଣାରେ ପ୍ରତାରଣା କଲା କଂଗ୍ରେସ, ଜମ୍ମୁକାଶ୍ମୀରରେ ଏନସିକୁ ସମର୍ଥନ ଦେଲା ଆପ୍‌

Image Courtesy: businesstoday

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମେଣ୍ଟ ବହୁମତ ହାସଲ କରିଥିବା ବେଳେ ସରକାର ଗଢ଼ିବାକୁ ଯାଉଛନ୍ତି । ଏନସି ୪୨ ଆସନରେ ବାଜିମାତ କରିଥିବା ବେଳେ କଂଗ୍ରେସକୁ ମିଳିଛି ୬ଟି ଆସନ୍‌ । ଏନସି-କଂଗ୍ରେସ ମିଳିତ ଭାବରେ ସରକାର ଗଠନ କରିବାକୁ ଥିବା ବେଳେ ଜମ୍ମୁକାଶ୍ମୀରରେ ମାତ୍ର ଗୋଟିଏ ଆସନ ଜିତିଥିବା ଆମ ଆଦମୀ ପାର୍ଟି (ଆପ୍‌) ଏନସିକୁ ସମର୍ଥନ ଦେବ ବୋଲି ଘୋଷଣା କରିଛି । ଡୋଡା ଆସନରୁ ବିଜୟୀ ହୋଇଥିବା ଆପ୍‌ର ଏକମାତ୍ର ବିଧାୟକ ମେହରାଜ ମଲିକ୍‌ ନିଜର ସମର୍ଥନ ପତ୍ର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ପଠାଇ ଦେଇଛନ୍ତି । 

ଏହା ପୂର୍ବରୁ ଗୁରୁବାର ଏନସିକୁ ୪ ଜଣ ସ୍ବାଧୀନ ବିଧାୟକ ସମର୍ଥନ ଦେବା ପରେ ଏକାକୀ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିଛି । ଏବେ ଆପ୍‌ର ସମର୍ଥନ କଂଗ୍ରେସକୁ ସାମାନ୍ୟ ବଳ ଦେବ ବୋଲି କୁହାଯାଉଛି । ଗତ ନିର୍ବାଚନରେ କଂଗ୍ରେସ ୧୨ଟି ଆସନ ଜିତିଥିବା ବେଳେ ଏବେ ମାତ୍ର ୬ ଆସନରେ ସନ୍ତୁଷ୍ଟ ରହିଛି । ସେପଟେ ହରିୟାଣାରେ ବଡ଼ ପରାଜୟ ଭୋଗିଥିବା କଂଗ୍ରେସକୁ ଇଣ୍ଡି ମେଣ୍ଟରେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିଛି । 

ହରିୟାଣା ନିର୍ବାଚନରେ ପୁଣି ଥରେ ଶାସନକୁ ଫେରିବା ନେଇ କଂଗ୍ରେସ ଏକ ପ୍ରକାର ନିଶ୍ଚିତ ଥିଲା । ଆଉ ଏଥିପାଇଁ ସେଠାରେ ଆପ୍‌ ସହ ମେଣ୍ଟ କରିବାକୁ ମନା କରିଦେଇଥିଲା ଦଳ । ଇଣ୍ଡି ମେଣ୍ଟର ଅନ୍ୟ ଦଳ ଏବେ କଂଗ୍ରେସର ପରାଜୟର କାରଣ ଖୋଜିବାରେ ଲାଗିପଡ଼ିଛନ୍ତି । ସେପଟେ ଇଣ୍ଡି ମେଣ୍ଟ ପରିବର୍ତ୍ତେ ଆପ୍‌ ଏନସିକୁ ସମର୍ଥନ ଦେବା ପରେ ଚର୍ଚ୍ଚା ଆହୁରି ବୃଦ୍ଧି ପାଇଛି । ଏହା ପୂର୍ବରୁ ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ପଶ୍ଚିମବଙ୍ଗର ଟିଏମସି ମଧ୍ୟ କଂଗ୍ରେସକୁ ସାମଲୋଚନା କରିଥିଲା । ଆସନ ବୁଝାମଣା ନେଇ ଆଲୋଚନା ବେଳେ କଂଗ୍ରେସ ‘ଅହଂ ଭାବ’ ଦେଖାଉଛି ବୋଲି ଟିଏମସି ଅଭିଯୋଗ କରିଥିଲା । ସେହିଭଳି ଗତବର୍ଷ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ପରାଜୟ ଲାଗି କଂଗ୍ରେସକୁ ସମାଲୋଚନା କରିଥିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । 

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.