ନୂଆଦିଲ୍ଲୀ,୧୦/୧୦: ଆମ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଜିଲ୍ଲା ସଙ୍ଗରୁର ପୌର ପରିଷଦରୁ ୮ ଜଣ କାଉନସିଲର ଦଳ ଛାଡିଛନ୍ତି । ଏଥିରେ ପୌର ପରିଷଦର ବରିଷ୍ଠ ଉପାଧ୍ୟକ୍ଷ ସାମିଲ ଅଛନ୍ତି । ପୌର ସଭାପତିଙ୍କ କାର୍ଯ୍ୟ ଏବଂ ମନୋଭବରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା କହିଛନ୍ତି । ପୌର ପରିଷଦ ସଭାପତି ଭୂପିନ୍ଦର ସିଂହ ନାହଲ କହିଛନ୍ତି, ୭ ଜଣ ଆମ ଆଦମୀ ପାର୍ଟି କାଉନସିଲର ଦଳ ସହିତ ଅଛନ୍ତି । ୫ ଜଣ ସ୍ୱାଧୀନ କାଉନସିଲର ଅଲଗା ରାସ୍ତା ଆପଣେଇଛନ୍ତି । ସେମାନେ ଖୁବଶୀଘ୍ର ଦଳକୁ ଫେରିବେ । ସହରର ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି ।
ଏବେ ସମସ୍ୟା ହେଉଛି ଯଦି କାଉନସିଲର ଦଳକୁ ନ ଫେରନ୍ତି ତେବେ ପୌର ପରିଷଦରୁ ସମର୍ଥନ ପ୍ରତ୍ୟାହାର ନ କରନ୍ତି ତେବେ ଅଧ୍ୟକ୍ଷଙ୍କୁ ପଦ ଛାଡିବାକୁ ପଡିବ । ଏହା ଅର୍ଥ ହେଉଛି ଆମ ଆଦମୀ ପାର୍ଟି ସଂଖ୍ୟାଲଘୁ ହୋଇଯିବ । ଏ ନେଇ ଅଧିକ ଚର୍ଚ୍ଚା ଏଥିପାଇଁ ହେଉଛି କି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଏହି ଜିଲ୍ଲାର । ଏହାଛଡା ହରପାଲ ସିଂହ ଚୀମା, ବରିନ୍ଦର କୁମାର ଗୋୟସ ଏବଂ ଅମନ ଅରୋଡା ବି ଏହି ଜିଲ୍ଲାବାସୀ । ଗତବର୍ଷ ପୌରପାଳିକା ନିର୍ବାଚନ ହୋଇଥିଲା । ଆମ୍ ଆଦମୀ ପାର୍ଟି ୨୯ ଆସନରୁ ମୋଟ ୭ଟି ଜିତିଥିଲା । ୫ ସ୍ୱାଧୀନ କାଉନସିଲରଙ୍କ ସହ ମିଶିବା ପରେ ଆସନ ସଂଖ୍ୟା ୧୨ ହୋଇଥିଲା । ଏହାପରେ ବିଧାୟକ ଅମନ ଅରୋରା ଏବଂ ମନିନ୍ଦର କୌର ଭରାଜଙ୍କ ଭୋଟ ସହ ଦୁଇ ସ୍ୱାଧୀନ ସମର୍ଥନରେ ଦଳକୁ ପୌର ପାଳିକା ଅଧ୍ୟକ୍ଷ କରିବାରେ ସହଯୋଗ ମିଳିଥିଲା । ପୌର ପାଳିକା ଚେୟାରମ୍ୟାନ ନିର୍ବାଚନରେ ସ୍ଥାନୀୟ ବିଧାୟକଙ୍କର ଭୋଟ ଦେବାର ଅଧିକାର ରହିଛି । ବର୍ତ୍ତମାନ ସଙ୍ଗରୁରରେ କଂଗ୍ରେସର ୯ ଓ ବିଜେପିର ୩ କାଉନସିଲର ଅଛନ୍ତି ।