ମୁମ୍ବାଇ ୦୩/୦୩: ବଲିଉଡର ମିଷ୍ଟର୍‌ ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ‘ଲାଲ୍‌ ସିଂହ ଚଢ୍ଢା’ ଓ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ର ଅସଫଳତାକୁ ନେଇ ଅଲୋଚନା କରିଥିଲେ। ଏହି ଦୁଇଟି ଫିଲ୍ମ ଫ୍ଲପ୍‌ ହେବା ପରେ ସେଦୁଇ, ତିନି ସପ୍ତାହ ପର୍ଯ୍ୟନ୍ତ କାନ୍ଦିବା  ସହ ଅବସାଦକୁ ଚାଲିଯାଇଥିଲେ ବୋଲି କହିଛନ୍ତି। ଅମିର୍‌ କହିଛନ୍ତି ଯେ, ‘ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ର କାହାଣୀ ଏତେ ଦୁର୍ବଳ ନଥିଲା। କିନ୍ତୁ ଆମେ ପରଦା ଉପରେ ଯାହା ଦେଖାଇବାକୁ ଚାହୁଁଥିଲୁ ତାହା କରିପାରିନଥିଲୁ। ଫିଲ୍ମ ନିର୍ମାଣ ଏକ କଷ୍ଟକର କାମ । ବେଳେବେଳେ ଆମେ ଯାହା କରିବାକୁ ଚାହୁଁ, ତାହା କରିପାରି ନଥାଉ। ଏହାର ଅର୍ଥ ନୁହେଁ ଆମେ ଜାଣିନାହୁଁ, ଆମକୁ ଆମ ଭୁଲରୁ ଶିଖିବା ଉଚିତ୍‌। ଏହା ଫ୍ଲପ୍‌ ହେବା ପରେ ମୁଁ ବହୁତ ଦୁଃଖି ହୋଇ ଯାଇଥିଲି। 

ସେହିପରି ‘ଲାଲ୍‌ ସିଂହ ଚଢ୍ଢା’କୁ ନେଇ ଅମିର କହିଛନ୍ତି ଏହି ଫିଲ୍ମଟି ପୁରାପୂରି ମୁଖ୍ୟ ଅଭିନେତାଙ୍କ ଉପରେ ନିର୍ଭର କରୁଥିଲା। ଟମ୍‌ ହ୍ୟାଙ୍କସ୍‌ ଯେପରି କରିଥିଲେ, ହୁଏତ ମୁଁ ସେମିତି କରିପାରିଲି ନାହିଁ। ମୋ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ନକଲେ  ମୁଁ ଅବସାଦ ଦେଇ ଗତି କରେ। ୨-୩ ସପ୍ତାହ ଯାଏଁ କାନ୍ଦୁଥାଏ, ଠିକ୍‌ରେ କାମ କରିପାରେ ନାହିଁ। ଏହାପରେ ମୁଁ ପୁଣି ଭଲ ଲାଗିଲେ ପୂରା ଟିମ୍‌କୁ ଡାକି ଫିଲ୍ମ ଫ୍ଲପ୍‌ ହେବାର କାରଣଗୁଡିକ ସମ୍ପର୍କରେ ଆଲୋଚନା କରେ। ବୁଝିବାକୁ ଚେଷ୍ଟା କରେ କୋଉଠି ଭୁଲ୍‌ ରହିଲା। ଲାଲ୍‌ ସିଂହ ଚଢ୍ଢା ପରେ ଅମିର ପରଦାରୁ ଗାଏବ ଅଛନ୍ତି। ତେବେ ‘ସିତାରେ ଜମିନ ପର୍‌’ ଫିଲ୍ମରୁ ପୁଣି ଥରେ ସେ ପରଦାକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।