ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

‘ଲାଲ୍‌ ସିଂହ ଚଢ୍ଢା’ ପରେ ଅବସାଦରେ ଥିଲେ ଅମିର ଖାନ, କହିଲେ-‘ଟମ୍‌ ହ୍ୟାଙ୍କସ୍‌ ପରି କରିପାରିଲି ନାହିଁ’

Published By : Prameya | March 3, 2025 8:23 AM

ମୁମ୍ବାଇ ୦୩/୦୩: ବଲିଉଡର ମିଷ୍ଟର୍‌ ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ‘ଲାଲ୍‌ ସିଂହ ଚଢ୍ଢା’ ଓ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ର ଅସଫଳତାକୁ ନେଇ ଅଲୋଚନା କରିଥିଲେ। ଏହି ଦୁଇଟି ଫିଲ୍ମ ଫ୍ଲପ୍‌ ହେବା ପରେ ସେଦୁଇ, ତିନି ସପ୍ତାହ ପର୍ଯ୍ୟନ୍ତ କାନ୍ଦିବା  ସହ ଅବସାଦକୁ ଚାଲିଯାଇଥିଲେ ବୋଲି କହିଛନ୍ତି। ଅମିର୍‌ କହିଛନ୍ତି ଯେ, ‘ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ର କାହାଣୀ ଏତେ ଦୁର୍ବଳ ନଥିଲା। କିନ୍ତୁ ଆମେ ପରଦା ଉପରେ ଯାହା ଦେଖାଇବାକୁ ଚାହୁଁଥିଲୁ ତାହା କରିପାରିନଥିଲୁ। ଫିଲ୍ମ ନିର୍ମାଣ ଏକ କଷ୍ଟକର କାମ । ବେଳେବେଳେ ଆମେ ଯାହା କରିବାକୁ ଚାହୁଁ, ତାହା କରିପାରି ନଥାଉ। ଏହାର ଅର୍ଥ ନୁହେଁ ଆମେ ଜାଣିନାହୁଁ, ଆମକୁ ଆମ ଭୁଲରୁ ଶିଖିବା ଉଚିତ୍‌। ଏହା ଫ୍ଲପ୍‌ ହେବା ପରେ ମୁଁ ବହୁତ ଦୁଃଖି ହୋଇ ଯାଇଥିଲି। 

ସେହିପରି ‘ଲାଲ୍‌ ସିଂହ ଚଢ୍ଢା’କୁ ନେଇ ଅମିର କହିଛନ୍ତି ଏହି ଫିଲ୍ମଟି ପୁରାପୂରି ମୁଖ୍ୟ ଅଭିନେତାଙ୍କ ଉପରେ ନିର୍ଭର କରୁଥିଲା। ଟମ୍‌ ହ୍ୟାଙ୍କସ୍‌ ଯେପରି କରିଥିଲେ, ହୁଏତ ମୁଁ ସେମିତି କରିପାରିଲି ନାହିଁ। ମୋ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ନକଲେ  ମୁଁ ଅବସାଦ ଦେଇ ଗତି କରେ। ୨-୩ ସପ୍ତାହ ଯାଏଁ କାନ୍ଦୁଥାଏ, ଠିକ୍‌ରେ କାମ କରିପାରେ ନାହିଁ। ଏହାପରେ ମୁଁ ପୁଣି ଭଲ ଲାଗିଲେ ପୂରା ଟିମ୍‌କୁ ଡାକି ଫିଲ୍ମ ଫ୍ଲପ୍‌ ହେବାର କାରଣଗୁଡିକ ସମ୍ପର୍କରେ ଆଲୋଚନା କରେ। ବୁଝିବାକୁ ଚେଷ୍ଟା କରେ କୋଉଠି ଭୁଲ୍‌ ରହିଲା। ଲାଲ୍‌ ସିଂହ ଚଢ୍ଢା ପରେ ଅମିର ପରଦାରୁ ଗାଏବ ଅଛନ୍ତି। ତେବେ ‘ସିତାରେ ଜମିନ ପର୍‌’ ଫିଲ୍ମରୁ ପୁଣି ଥରେ ସେ ପରଦାକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.