ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏବି ଡିବିଲିୟର୍ସ ବାଛିଲେ ଡ୍ରିମ୍ ଟି-୨୦ଟିମ୍, ଏହି ଖେଳାଳୀଙ୍କୁ ଦେଲେ ସ୍ଥାନ

Published By : Gurupada Nath | November 14, 2024 9:07 PM

ନୂଆଦିଲ୍ଲୀ, ୧୪/୧୧ :  ଏବି ଡିବିଲିୟର୍ସ ବାଛିଲେ ନିଜ ପସନ୍ଦର ୧୧ଜଣ ଖେଳାଳୀ । ଯାହାଙ୍କୁ ନିଜ ଡ୍ରିମ୍ ଟି-୨୦ଟିମରେ ସ୍ଥାନ ଦେଇଛନ୍ତି । ନିଜ ୟୁ-ଟ୍ୟୁବ ଚ୍ୟାନେଲରେ ଏହି କଥା କହି ଏବି ଡ୍ରିମ୍ ଟି-୨୦ ଟିମର ଘୋଷଣା କରିଛନ୍ତି । ନିଜର ଏହି ଖାସ ଟିମରେ ଓପନର ଭାବେ ଏବିଙ୍କ ପସନ୍ଦ ବିରାଟ କୋହଲୀ ଏବଂ ଟ୍ରେବିସ ହେଡ ରହିଛନ୍ତି । ସେହିଭଳି ୩ନମ୍ବରରେ ଏବି ଡିବିଲିୟର୍ସ କ୍ୟାମଋନ ଗ୍ରୀନଙ୍କୁ ସ୍ଥାନ ଦେଇଛନ୍ତି।  ଚତୁର୍ଥ ନମ୍ବରରେ ଏବିଙ୍କ ପସନ୍ଦ ଆଉ କେହି ନୁହେଁ ବରଂ ଋଷଭ ପନ୍ତ ହୋଇଛନ୍ତି । ଏହା ବ୍ୟତୀତ ନମ୍ବର ୫ରେ ଏବି ଟି-୨୦ର ସବୁଠରୁ ଧୁରନ୍ଦର ଖେଳାଳୀ ହେନାରିକ କ୍ଲାସେନଙ୍କୁ ସ୍ଥାନ ଦେଇଛନ୍ତି ।

ଏବି ଡିବିଲିୟର୍ସ ନିଜ ଡ୍ରିମ ଟି-୨୦ ଟିମରେ କିଲର ମିଲର ତଥା ଡେବିଡ ମିଲରଙ୍କୁ ନମ୍ବର ୬ ଲାଗି ସାମିଲ କରିଛନ୍ତି । ଏହାସହ ଏବି ସ୍ପିନର ଲାଗି ସୁନୀଲ ନରେନ ଏବଂ ରଶିଦ ଖାନଙ୍କୁ ସ୍ଥାନ ଦେଇଛନ୍ତି । ମିଷ୍ଟର ୩୬୦ ନାମରେ ପ୍ରସିଦ୍ଧ ଏବି ଦ୍ରୁତ ବୋଲର ଭାବେ ନିଜ ଡ୍ରିମରେ କାଗିସୋ ରବାଡ଼ା, ଭୁବନେଶ୍ବର କୁମାର ଏବଂ ଜସପ୍ରୀତ ବୁମରାହଙ୍କୁ ସ୍ଥାନ ଦେଇଛନ୍ତି । ସେହିଭଳି ୧୨ ଏବଂ ୧୩ତମ ଖେଳାଳୀ ଲାଗି ଏବି ୟୁଜବେନ୍ଦ୍ର ଚହଲ ଏବଂ ଧୋନୀଙ୍କୁ ବାଛିଛନ୍ତି ।

ଏବି ଆଶ୍ଚର୍ଯ୍ୟର ସହ ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡର କୌଣସି ବି ଖେଳାଳୀଙ୍କୁ ସ୍ଥାନ ଦେଇ ନାହାନ୍ତି । ଏବିଙ୍କ ଡ୍ରିମ୍ ଟିମରେ ବାବର ଆଜମଙ୍କ ଭଳି ଭେଟରାନ ବି ନିଜ ସ୍ଥାନ ବନାଇ ପାରିନାହାନ୍ତି । ଏହା ବ୍ୟତୀତ ଏବି ଧୋନୀଙ୍କୁ ୧୩ତମ ଖେଳାଳୀ ଭାବେ ବାଛିବା ସତରେ ଆଶ୍ଚର୍ଯ୍ୟ କଲା ଭଳି । ଏବିଙ୍କ ଏହି ଡ୍ରିମ ଟିମରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବି ନିଜ ସ୍ଥାନ ବନାଇ ପାରିନାହାନ୍ତି । ଏହାସହ ଏବି ଡିବିଲିୟର୍ସ ନିଜ ଡ୍ରିମ ଟି-୨୦ ଟିମରେ ପନ୍ତଙ୍କୁ ବ୍ୟାଟର ଭାବେ ସାମିଲ କରିଛନ୍ତି ଏବଂ ଓ୍ବିକେଟ କିପର ବ୍ୟାଟର ଭାବେ ଏବିଙ୍କ ପସନ୍ଦ ହେନରିକ କ୍ଲାସେନ ହୋଇଛନ୍ତି ।

ଏବି ଡିବିଲିୟର୍ସଙ୍କ ଡ୍ରିମ୍ ଟି-୨୦ ଟିମ୍

ବିରାଟ କୋହଲୀ, ଟ୍ରେବିସ ହେଡ, କ୍ୟାମଋନ ଗ୍ରୀନ, ଋଷଭ ପନ୍ତ, ହେନରିକ କ୍ଲାସେନ, ଡେବିଡ ମିଲର, ସୁନୀଲ ନରେନ, ରଶିଦ ଖାନ, କଗିସୋ ରବାଡ଼ା, ଭୁବନେଶ୍ବର କୁମାର, ଜସପ୍ରୀତ ବୁମରାହ, ୧୨ମ ଖେଳାଳୀ ଭାବେ ୟୁଜବେନ୍ଦ୍ର ଚହଲ, ୧୩ତମ ଭାବେ ଧୋନୀ ରହିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.