ଫିରିଙ୍ଗିଆ ୧୫/୧୨ କନ୍ଧମାଳ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଅସହାୟ ଗରିବ ଲୋକ ଓ ବାସ ହୀନ ଲୋକଙ୍କ ସୁବିଧା ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଆବାସ ଗୃହ ଯୋଗାଇ ଦେଉଛନ୍ତି କିନ୍ତୁ ହିତାଧିକାରୀ ମାନେ ଗୃହ ନିର୍ମାଣ କରିବାରେ ଅସମର୍ଥ ହେଉଥିବାରୁ ଓ ଅର୍ଥ ଅଭାବ ଏବଂ ଶିକ୍ଷା ସଚେତନତାର ଅଭାବ ହେତୁ ଅଧିକାଂଶ ସମୟରେ ଅନ୍ୟ ଜଣକୁ ଗୃହ ନିର୍ମାଣ ଦାୟିତ୍ୱ ଦେଇ ଠକାମୀ ର ଶିକାର ହେଉଥିବା ଦେଖିବାକୁ ମିଳୁଛି l ଏମିତି ଏକ ଅଭିଯୋଗ ଆସିଛି ଆବାସ ଯୋଜନାରେ ଘର ମିଳିବା ପରେ ଗୃହ ନିର୍ମାଣ ନହୋଇ ପ୍ରଥମ କିସ୍ତି ହିତାଧିକାରୀଙ୍କ ଅଜାଣତରେ ଏଟିଏମରୁ ଚାଳିଶ ହଜାର ଟଙ୍କା ଉଠିଛି । ଏହି ଘଟଣାରେ ଆବାସ ହିତାଧିକାରୀ ଗୋଚ୍ଛାପଡା ଥାନାର ଦ୍ୱାରସ୍ତ ହୋଇଛନ୍ତି l

ତେବେ ସୂଚନା ଅନୁସାରେ ଗୋଛାପଡା ଥାନା ଅଧୀନ ବାଲନ୍ଦାପଡା ପଞ୍ଚାୟତର ବାଗାଡାଁମୁ ଗାଁର ସିଜୁଙ୍ଗୀ କହଁର ଗରିବ ଓ ଅସହାୟ ଦୃଷ୍ଟିରୁ ସରକାରଙ୍କ ତରଫରୁ ଗତ ୨୩ -୨୪ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟଦେଶ ପାଇଥିଲେ ଓ ପଥର ବାଲି ସଂଗ୍ରହ କରିଥିଲେ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଟଙ୍କା ଆସିଛି ନା ନାହିଁ ବୋଲି ବୁଝିଥିଲେ l ବ୍ଲକ କାର୍ଯ୍ୟାଳୟରେ ଟଙ୍କା ଯାଇଥିବା କହିବା ପରେ ନିଜ ପାସ୍ ବହିରେ ଚେକ କରିଥିଲେ କିନ୍ତୁ ଟଙ୍କା ନଥିବାବେଳେ କାନାଡା ବ୍ୟାଙ୍କକୁ ଟଙ୍କା ଯାଇଥିବା ସେ କହିଥିଲେ । ପରେ କାନାଡ଼ା ବ୍ୟାଙ୍କକୁ ଯାଇ ପାସ ବହି ଦେଖିବା ପରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଚାରୋଟି କିସ୍ତିରେ ଚାଳିଶ ହଜାର ଟଙ୍କା ସମ୍ପୂର୍ଣ୍ଣ କେହି ଉଠାଇ ନେଇଥିବା ଜାଣି ପାରି ସିଜୁଙ୍ଗୀ ଗୋଚ୍ଛାପଡା ଥାନାର ଦ୍ୱାରସ୍ତ ହୋଇଛନ୍ତି l ଅନ୍ୟପଟେ ଆବାସ ଗୃହ ପାଇଁ ଆସିଥବା ଅର୍ଥ ଲୁଟିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟଙ୍କା ଆଦାୟ କରିବାରେ ସହଯୋଗ କରିବାକୁ ପୁଲିସକୁ ନିବେଦନ କରିଛନ୍ତି ସିଜୁଙ୍ଗି l