ମୁମ୍ୱାଇ : ଏହି ସମୟରେ ଉଦିତ୍‌ ନାରାୟଣ ଚର୍ଚ୍ଚାରେ ରହିଛନ୍ତି। ସେ ଲାଇଭ୍‌ କନସର୍ଟ ବେଳେ ନିଜର ଫିମେଲ୍‌ ଫ୍ୟାନଙ୍କ ଲିପ୍‌ରେ କିସ୍‌ କରି ଥିଲେ। ଏହି କ୍ରମରେ ଯେବେ ଠାରୁ ଉଦିତ ନାରାୟଣଙ୍କର କିସ୍‌ କରୁଥିବା ଭିଡ଼ିଓ ସାମନାକୁ ଆସିଛି କି, ଲୋକେ ତାଙ୍କର ସମାଲୋଚନା କରୁଛନ୍ତି। ସେପଟେ ତାଙ୍କର ବନ୍ଧୁ ତଥା ସିଙ୍ଗର ଅଭିଜିତ୍‌ ଭଟ୍ଟାଚାର୍ଯ୍ୟ ତାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି। 

ଅଭିଜିତ ଭଟ୍ଟଚାର୍ଯ୍ୟ ନ୍ୟୁଜ୍‌ -୧୮ ଶୋଶାକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି , ଉଦିତ ଜଣେ ସୁପରଷ୍ଟାର ସିଙ୍ଗର। ଏହିପରି ଘଟଣା ସବୁ ଆମ ଭଳି ସିଙ୍ଗରଙ୍କ ସହ ପ୍ରତିଦିନ ହୋଇଥାଏ। ଯଦି ଆମର ସିକ୍ୟୁରିଟି ଟାଇଟ୍‌ ରହି ନଥାଏ , ଆଖପାଖରେ ବାଉନ୍ସ ରୁହନ୍ତେ ନାହିଁ ତ ଲୋକେ ଆମର ପୋଷାକ ବି ଫାଡ଼ି ଦିଅନ୍ତି। 

ଅଭିଜିତ ଆହୁରି କହିଛନ୍ତି , ମୋ ସହ ମଧ୍ୟ ଏମିତି ହୋଇ ସାରିଛି। ମୁଁ ନୂଆ ଥିଲି ଇଣ୍ଡଷ୍ଟ୍ରୀରେ ଓ ସାଉଥ୍‌ ଆଫ୍ରିକାରେ ଏକ କନସର୍ଟ କରିବାକୁ ଯାଇ ଥିଲି। ୩-୪ଜଣ ଯୁବତୀ ଲତା ଜୀ( ଦିବଙ୍ଗତ ଲତା ମଙ୍ଗେସକର)ଙ୍କ ସାମନାରେ ମୋର ଗାଲରେ କିସ୍‌ କରି ଦେଇ ଥିଲେ। ମୋ ଗାଲରେ ଲିପ୍‌ଷ୍ଟିକ୍‌ର ଚିହ୍ନ ଥିଲା ଏବଂ ମୁଁ ତାଙ୍କ ଯୋଗୁଁ ଷ୍ଟେଜ୍‌କୁ ଯାଇ ପାରୁ ନଥିଲି।

ଅଭିଜିତ ନିଜ କଥାକୁ ଶେଷ କରି କହିଛନ୍ତି, ସେ ଉଦିତ୍‌ ନାରାୟଣ ! ଯୁବତୀମାନେ ତାଙ୍କ ପଛରେ ପଡ଼ି ଥିଲେ। ସେ କାହାକୁ ନିଜ ପାଖକୁ ଡାକି ନାହାନ୍ତି ଏବଂ ମୋର ବିଶ୍ୱାସ କି, ଯେବେ ବି ଉଦିତ୍‌ ପ୍ରଦର୍ଶନ କରନ୍ତି, ସେତେବେଳେ ତାଙ୍କର ପତ୍ନୀ ତାଙ୍କ ସହ ଥାନ୍ତି। ତାଙ୍କୁ ନିଜର ସକ୍ସେସ୍‌ ଏନଜୟେ କରିବାକୁ ଦିଅନ୍ତୁ । ଉଦିତ୍‌ ଜଣେ ରୋମାଣ୍ଟିକ ସିଙ୍ଗର। ସେ ବଡ଼ ଖେଳାଳି ଓ ମୁଁ ଅନାଡି। କେହି ତାଙ୍କ ସହ ଖେଳିବାକୁ ଚେଷ୍ଟା କର ନାହିଁ।