ବାଲେଶ୍ୱର,୨୩/୦୭: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ସ୍ମୃତିରେ ଏକ ଛାତ୍ର ସଙ୍ଗଠନ ପକ୍ଷରୁ ସ୍ମୃତିଚାରଣ ସଭା କରାଯାଇଥିଲା। ପ୍ରବଳ ଖରା ସହ ଗୁଳୁଗୁଳିର ଶିକାର ହୋଇ ଅଂଶଗ୍ରହଣ କରିଥିବା ୧୫ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ପ୍ରଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡାଯାଇଛି । ଏବେବି ୩ ଗୁରୁତର ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରାଯାଉଛି।

‘ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚ...