ପ୍ରମୂଖ ଖବର
  • ଜନଗଣନା ନେଇ ଆଜି ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି, ପ୍ରଥମ ଥର ସାମିଲ ହେବ ଜାତି ଭିତିକ ଜନଗଣନା
  • ||
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

କାର ଧକ୍କାରେ ଯୁବକଙ୍କ ମୃତ୍ୟୁ,୨ଆହତ…

Published By : Ladu Kishor | June 15, 2025 10:16 PM

କୁତ୍ରା୧୫/୬: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅର୍ନ୍ତଗତ ରାଞ୍ଚି ରୋଡ ଠାରେ ଏକ କାର ଧକ୍କାରେ ବାଇକ ଯୋଗେ ଯାଉଥିବା ଯୁବକ ରମେଶ ଟପୋ (୨୮) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସମିର ମିଞ୍ଜ (୨୪) ଓ ରାଜେଶ କୁଜୁର (୨୬) ଆହତ ହୋଇଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ କୁତ୍ରା ଥାନା ଅର୍ନ୍ତଗତ ନକଟି ଗ୍ରାମର ରମେଶ   ଟପୋ, ରାଜେଶ କୁଜୁର ଓ ତେଲିଘନା ଗ୍ରାମର ସମିର ମିଞ୍ଜ ଏକ ବାଇକ ଯୋଗେ ରାତି ୮ ଟା ସମୟରେ ରାଞ୍ଚି ରୋଡ ଛକରୁ କୁତ୍ରା ଆଡକୁ ଆସିବା ପାଇଁ ବାଇକକୁ ବୁଲାଉଥିବା ବେଳେ ବାଇକ( ଓଆର୧୪ଭି ୨୧୬୭ )କୁ ଏକ କାର (ଓଡି ୧୪ ଜେଡ ୯୬୭୦ ) ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ରମେଶଙ୍କ ମୃତ୍ୟ ଘଟିଥିବା ବେଳେ ରାଜେଶ ଓ ସମିର ଆହତ ହୋଇଥିଲେ। ଉଭୟ ଆହତଙ୍କୁ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଛି। ଅନ୍ୟ ପକ୍ଷରେ ବିଭିନ୍ନ ଦାବି ନେଇ ସ୍ଥାନୀୟ ଲୋକ ମାନେ ଘଟଣାସ୍ଥଳରେ ଶବ ରଖି ବିଜୁ ଏକ୍ସପ୍ରେସୱେ କୁ ଅବରୋଧ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଶବକୁ ଉଠାଇବା ସହିତ ରାସ୍ତା ଅବରୋଧ ହଟାଇବା ପାଇଁ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଅବ୍ୟାହତ ରହିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.