ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା । ଆକାସା ଏୟାରଲାଇନ୍ସର ଏୟାର ବି ୭୩୭ ମ୍ୟାକ୍ସ ବିମାନ ଏକ ମାଲବାହୀ ଟ୍ରକ୍ ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରି କହିଛି ଯେ, ପାର୍କିଂ ସମୟରେ ବିମାନର ଡେଣା ପାଖରେ ଥିବା ଏକ ମାଲବାହୀ ଟ୍ରକ ସହି ଧକ୍କା ହୋଇଛି। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି।
ଜୁନ୍ ୧୨ ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଦିଲ୍ଲୀ ଏବଂ ମୁମ୍ବାଇ ବିମାନବନ୍ଦରରେ ଏକ ତଦନ୍ତ କରିଥିଲା। ଏଥିରେ ଦେଖାଯାଇଥିବା ତ୍ରୁଟି ମଧ୍ୟରୁ ଗୋଟିଏ ହେଉଛି ଯେ, ଅନେକ ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯାଇ ନଥିଲା । ଏହି ଗାଡ଼ିଗୁଡ଼ିକର ପରମିଟ୍ ଏବଂ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା। ସ୍ପିଡ୍ ଗଭର୍ଣ୍ଣର ଗାଡ଼ିର ଗତି ଉପରେ ନଜର ରଖେ।
ବିମାନବନ୍ଦରରେ ଦୁର୍ଘଟଣା ରୋକିବା ପାଇଁ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରହିଛି। ଏଥିପାଇଁ ଡ୍ରାଇଭରଙ୍କୁ ବିମାନବନ୍ଦରରେ ଗାଡ଼ି ଚଲାଇବାର ନିୟମ ବିଷୟରେ ଆବଶ୍ୟକୀୟ ଜ୍ଞାନ ରହିବା ଉଚିତ ବୋଲି ଡିଜିସିଏ ୬ ବର୍ଷ ପୂର୍ବରୁ ସତର୍କ କରାଇଥିଲା ।
ପୂର୍ବରୁ ଏପ୍ରିଲ ୨୦୨୫ରେ ବେଙ୍ଗାଲୁରୁର କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ମିନିବସ୍ ପାର୍କିଂ ହୋଇଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସହିତ ଧକ୍କା ହୋଇଥିଲା। ମିନିବସ୍ ଇଣ୍ଡିଗୋ ବିମାନର ତଳ କ୍ୟାରେଜ ସହିତ ଧକ୍କା ହୋଇଥିଲା, ଫଳରେ ବସ୍ର ଛାତ କ୍ଷତିଗ୍ରସ୍ତ ହୋଇଥିଲା ।