କୁଚିଣ୍ଡା, ୬।୧୦ : ଟ୍ରକ –କଣ୍ଟେନର ମଧ୍ୟରେ ଧକ୍କା। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ଲାଗିଲା ନିଆଁ। ଏଥିରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଜମନକିରା ଥାନା ୫୩ ନମ୍ବର ଜାତୀୟ ର କଦଳୀପାଳ ନିକଟରେ ଘଟିଛି ଦୁର୍ଘଟଣା। କଣ୍ଟେନର ଚାଳକ ଜଣକ ହେଉଛନ୍ତି ରହେମାନ ଖାନ। ଖଳାସୀଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରାଯାଇ ସଦର ଡାକ୍ତରଖାନାକୁ ପଠା ଯାଇଛି।
୨ଟି ଗାଡିରେ ନିଆଁ ଲାଗିବା ପରେ ଦମକଳ ଗାଡି ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଚାଳକଙ୍କ କୌଣସି ସୂଚନା ମିଳିପାରୁନାହିଁ। ସମ୍ପୂର୍ଣ ନିଆଁ ଆୟତ୍ତ ହେଲାପରେ ଜଣାପଡ଼ିବ। ରାସ୍ତା ର ଉଭୟ ପଟେ ଶହ ଶହ ଗାଡି ଛିଡା ହୋଇ ରହିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଉପସ୍ଥିତ ରହିଛନ୍ତି।