ଢେଙ୍କାନାଳ,୩୧। ୭: ବ୍ରେକ୍ ଡାଉନ ହୋଇ ମଝି ରାସ୍ତାରେ ଥିବା ଏକ ଟ୍ରକକୁ ପଛରୁ ଆଉ ଏକ ଟ୍ରକ ଧକ୍କା ଦେଇଛି। ଏଥିରେ ପଛ ଟ୍ରକର ଡ୍ରାଇଭର ଗୁରୁତର ହୋଇଛି । ୫୫ନଂ ଜାତୀୟ ରାଜପଥ ଢେଙ୍କାନାଳ ସଦର ଥାନା ବଳଦିଆବନ୍ଧ ନିକଟରେ ଗୁରୁବାର ଅପରାହ୍ନରେ ଏପରି ଦୁର୍ଘଟଣା ଘଟିଛି । ଗୁରୁତର ଡ୍ରାଇଭର ଅନୁଗୁଳ ଛେଣ୍ଡିପଦାର ସାନନ୍ଦ ମହାରଙ୍କ ପୁଅ ସତ୍ୟ ମହାର(୨୮)। ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ଭି କରାଯାଇଛି ।
ବଳଦିଆଆ ବନ୍ଧ ନିକଟରେ ପୂର୍ବରୁ ବ୍ରେକଡାଉନ ହୋଇ ମଝି ରାସ୍ତାରେ ଏକ ଟ୍ରକ ଅଟକି ରହିଥିଲା । ଏହି ସମୟରେ କଟକରୁ ଢେଙ୍କାନାଳ ଆଡକୁ ଅନ୍ୟ ଏକ ଟ୍ରକ ଆସୁଥିଲା । ଡ୍ରାଇଭର ସତ୍ୟ ଅନ୍ୟମନସ୍କ ଥିବାରୁ ରାସ୍ତାରେ ଟ୍ରକଟି ରହିଥିବା ଦେଖିନପାରି ପଛରୁ ଧକ୍କା ଦେଇଥିଲେ। ଫଳରେ ସତ୍ୟ ଟ୍ରକ କ୍ୟାବିନରେ ଚାପି ହୋଇ ରହିଯାଇଥିଲେ। ଖବରପାଇ ଢେଙ୍କାନାଳ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆଇଡ୍ରୋଲିକ୍ କଟର ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।