ଆନନ୍ଦପୁର,୧୮/୦୯: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ । ମୃତ ଯୁବକ ଜଣକ ନିକଟସ୍ଥ କୁମଡ଼ ଗାଁର ସୁବର୍ଣ୍ଣ ନାୟକ ବୋଲି ଜଣାପଡ଼ିଛି। ସେପଟେ ଦୁର୍ଘଟଣାକୁ ନେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ସୂଚନା ମୁତାବକ, ସୁବର୍ଣ୍ଣ ନାୟକ କୋଳିମାଟି ହାଟରୁ ପରିବା କିଣି ବାଇକ ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ଏକ ୧୨ ଚକିଆ ଟ୍ରକ ପଛ ପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ଜୀବନ ଚାଲି ଯାଇଥିଲା । ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ କୋଳିମାଟିରେ ଓଭରବ୍ରିଜ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ବସି ରହିଛନ୍ତି। ଅନ୍ୟପଟେ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି।