ପ୍ରମୂଖ ଖବର
  • ଗଞ୍ଜାମ : ଆଇଟିଆଇ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୋଲିସ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ରାସ୍ତା ମଝିରେ ଛିଣ୍ଡିଲା ଟ୍ରେଲରର ଶିଙ୍କୁଳି, ଗାଡିରୁ ଖସିଲା ଓଜନିଆ ଲୁହା ପ୍ଲେଟ୍

Published By : Prameya | April 19, 2025 1:28 PM

କୋରାପୁଟ, ୧୯/୦୪ : ରାସ୍ତା ମଝିରେ ଛିଣ୍ଡିଲା ଟ୍ରେଲରର ଶିଙ୍କୁଳି। ଗାଡିରୁ ଖସିଲା ଓଜନିଆ ଲୁହା ପ୍ଲେଟ୍। ଜୟପୁର ୨୬ନଂ ଜାତୀୟ ରାଜପଥ ଦେବି ଘାଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାହାର କ୍ଷୟକ୍ଷତି ହୋଇ ନଥିବା ବେଳେ ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। 

ସୂଚନାନୁଯାୟୀ, ଭାରୀ ଲୁହା ଯନ୍ତ୍ରାଂଶ ନେଇ ଯାଉଥିବା ବେଳେ ଜୟପୁର ୨୬ ନଂ ଜାତୀୟ ରାଜପଥ ଦେବି ଘାଟ ଛକ ନିକଟରେ ହଠାତ୍ ଏକ ଟ୍ରେଲରର ଶିଙ୍କୁଳି ଛିଣ୍ଡି ଯାଇଥିଲା। ଶିଙ୍କୁଳି ଛିଣ୍ଡି ଯିବାରୁ ରାସ୍ତାରେ ଏକ ଓଜନିଆ ଲୁହା ପ୍ଲେଟ୍ ଖସି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ଲୁହା ପ୍ଲେଟଟି ଛେଚି ହୋଇ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ରାସ୍ତା ଉପରେ ଲୁହା ପ୍ଲେଟଟି ପଡିଥିବା ଯୋଗୁଁ ଭାରୀ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଏହି ଖବରଟିକୁ ପଢନ୍ତୁ-ଗର୍ଭବତୀ ନାବାଳିକା ଝିଅକୁ ଜିଅନ୍ତା ପୋଡ଼ି ମାରି ଦେଇଥିଲେ, ବାପା-ମାଙ୍କୁ ଆଜୀବନ ସଜା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.