ସମ୍ବଲପୁର, ୬।୧ : ବିଜେପିର ୨ ଜଣ ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣାରେ ଅଭିଯୁକ୍ତ ହାଇଓ୍ବା ଡ୍ରାଇଭରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଗାଡି ଡ୍ରାଇଭର ଜଣକ ହେଲେ ପ୍ରସନ୍ନ ଜେନାମଣି। ଅଭିଯୁକ୍ତ ଡ୍ରାଇଭରକୁ ୭ ଦିନ ରିମାଣ୍ଡରେ ଆଣିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଛି । ଅନ୍ୟପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ଗାଡି ଚାଳକ । ଗୋଟିଏ ଗାଡିବାଲା ସହ ଝଗଡା ହୋଇଥିଲା, ସେହି ଗାଡି ଭାବି ଗାଡ଼ି ଚଢାଇଥିବା ଅଭିଯୁକ୍ତ ଗାଡି ଡ୍ରାଇଭର ପ୍ରସନ୍ନ ଜେନାମଣି କହିଛନ୍ତି। ଏହା ପରେ ପୁଣି କଥା ବଦଳାଇ ନିଦରେ ଗାଡି ଚଢାଇଥିବା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବୁର୍ଲା ଥାନା କଟାପାଲି ପୁରୁଣା ପଂଚାୟତ ଅଫିସ ରାସ୍ତାରେ ୨ ବିଜେପି ନେତାଙ୍କୁ ଏକ ହାଇଓ୍ବା ଗାଡି ଚଢାଇ ହତ୍ୟା କରିଛି। ଏଥିରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ବରିଷ୍ଠ ବିଜେପି ନେତା ମୂରଳୀଧର ଛୁରିଆଙ୍କ ମୃତ୍ୟୁ ଘଟିଛି ।