ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଡେଲାଙ୍ଗ ନାବାଳକ ହତ୍ୟା ଘଟଣା, ଯୌନ ଶୋଷଣ ପାଇଁ ପ୍ରଲୋଭିତ କରାଇଥିଲା ଅଭିଯୁକ୍ତ : ଏସପି

Published By : Prameya | April 22, 2025 6:34 PM

ପୁରୀ, ୨୨।୪ : ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ନାବାଳକ ଆର୍ଶୀବାଦର ସାହୁଙ୍କ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କଲା ପୁଲିସ । ୧୧ ବର୍ଷର ନାବାଳକ ଆଶୀର୍ବାଦ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ ପରେ ଶ୍ୱାସରୁଦ୍ଧ କରି ମାରିଦେଲା ପଡ଼ୋଶୀ ପ୍ରଭାକର ସାହୁ ଓରଫ ବାପି(୩୮) । ଅପ୍ରାକୃତିକ ଯୌନ ସମ୍ପର୍କ ଧରାପଡ଼ିଯିବା ଭୟରେ ସେ ରଚିଥିଲା ଏହି ଭୟାନକ ହତ୍ୟାକାଣ୍ଡ । ହତ୍ୟା ପରେ ନିଖୋଜର ରୂପ ଦେବାକୁ ପାଇଖାନା ଟାଙ୍କିରେ ମୃତଦେହ ଲୁଚାଇ ଶ୍ୱଶୁର ଘର ପଳାଇଥିଲା । ଧରାପଡ଼ିବା ପରେ ସବୁ ସତ ମାନିଛି । ମୃତ ନାବାଳକଙ୍କ ଦାଦା ସୋମନାଥ ସାହୁଙ୍କ ଏତଲା କ୍ରମେ ନିଖୋଜ ମାମଲା ହତ୍ୟାକୁ ପରିବର୍ତ୍ତନ କରିଛି । ୮ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ମଙ୍ଗଳବାର ଜେଲ୍‌ ପଠାଇ ଦିଆଯାଇଛି । ଏନେଇ ଏସ୍‌ପି ବିନୀତ ଅଗ୍ରୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି । 

ସେପଟେ ଗ୍ରାମବାସୀଙ୍କ ବିରୋଧରେ ରାସ୍ତା ରୋକ ମାମଲା ରୁଜୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସ ସୂଚନା ମୁତାବକ, ଗତ ୧୫ ତାରିଖ ସନ୍ଧ୍ୟା ୬ଟା ୪୫ରେ ଘରେ ଏକାକୀ ଥିବା ଆଶୀର୍ବାଦଙ୍କୁ ଡାକି ନେଇଥିଲା ବାପି । ଘର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ମୋବାଇଲ୍‌ ଯୋଗେ ଆଶୀର୍ବାଦଙ୍କୁ କିଛି ଭିଡିଓ ଦେଖାଇଥିଲା । ଗରମ ହେଉଥିବା କାରଣରୁ ନାବାଳକ ଜଣକ ତାଙ୍କ ସାର୍ଟ ଖୋଲି ଦେଇଥିଲେ । ଏହି ସମୟରେ ଆଶୀର୍ବାଦଙ୍କୁ ମୃଦ୍ୟୁ ପାନୀୟ ପିଇବାକୁ ଦେଇ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବାକୁ କହିଥିଲା ବାପି । ନାବାଳକ ଅରାଜି ହେବାରୁ ବାପି ତାଙ୍କୁ ୪ଟି କ୍ରିକେଟ୍‌ ବଲ୍‌ କିଣିବା ପାଇଁ ୧୦୦ ଟଙ୍କା ଦେବ ବୋଲି ପ୍ରଲୋଭନ ଦେଖାଇଥିଲା । ଏହି ଲୋଭରେ ବାପି କଥାରେ ରାଜି ହୋଇଥିଲେ ନାବାଳକ ଆଶୀର୍ବାଦ । ଏହା ବଦଳରେ ନାବାଳକ ସହ ବାପି ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିଲା । ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ନାବାଳକକୁ ନପାଇ ମା’ ଓ ଦାଦା ଖୋଜାଖୋଜି କରିଥିଲେ । ଦାଦା ସୋମନାଥ ଜୋର୍‌ରେ ଆଶୀର୍ବାଦଙ୍କୁ ଡାକିଥିଲେ । ଏହା ଶୁଣି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ଆଶୀର୍ବାଦ ଅଭିଯୁକ୍ତ ବାପିକୁ ୧୦୦ ଟଙ୍କା ମାଗିଥିଲେ । କିନ୍ତୁ ବାପି ଟଙ୍କା ଦେବାକୁ ମନା କରିଥିଲା । ଟଙ୍କା ନଦେଲେ ଏହି କାରନାମା ସମ୍ପର୍କରେ ଘର ଲୋକଙ୍କ ସହ ଗାଁରେ ସମସ୍ତଙ୍କୁ କହି ଦେବି ବୋଲି ବାପିକୁ ଚେତାବନୀ ଦେଇଥିଲେ ଆଶୀର୍ବାଦ । ଏହାପରେ ଭୟଭୀତ ହୋଇଯାଇଥିଲା ବାପି । 

ଆଶୀର୍ବାଦଙ୍କ ଦେହରେ ଥିବା ଗଞ୍ଜିକୁ ଟାଣି ତାଙ୍କ ମୁହଁରେ ଗୁଡ଼ାଇ ଶ୍ୱାସରୁଦ୍ଧ କରି ଦେଇଥିଲା । ଛଟପଟ ହୋଇଥିଲେ ଆଶୀର୍ବାଦ ଚିତ୍କାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପାଟି ଓ ନାକ ବୁଜି ଦେଇଥିବା କାରଣରୁ ଶବ୍ଦ ବାହାରକୁ ଆସିନଥିଲା । କିଛି ସମୟ ପରେ ନିସ୍ତେଜ ହୋଇ ଯାଇଥିଲେ ଆଶୀର୍ବାଦ । ନିସ୍ତେଜ ଶରୀରକୁ ଉଲଗ୍ନ ଅବସ୍ଥାରେ କ୍ରାଇମ୍‌ ସ୍ପଟ୍‌ ନିକଟରେ ଥିବା ପଡ଼ୋଶୀ କେଳୁ ଚରଣ ସାହୁଙ୍କ ଘର ପଛପଟରେ ଥିବା ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା । ମୃତକଙ୍କ ପିନ୍ଧା ପୋଷାକ ଅନ୍ୟ ଏକ ଟାଙ୍କିରେ ପକାଇ ଗାଁ ଛାଡ଼ି ଦେଇଥିଲା । ପୁଲିସ ତଦନ୍ତ ଆରମ୍ଭ କରିବା ବେଳେ ସନ୍ଦେହ ଘେରକୁ ଆସିଥିଲା ବାପି । ଆଶୀର୍ବାଦ ସହ ବାପି କଥା ହେଉଥିବା ଗାଁର କିଛି ପିଲା ଦେଖିଥିଲେ । ପୁଲିସ ତାକୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଚାନ୍ଦପୁର ପାଖ ବଡ଼ପାରି ଗ୍ରାମସ୍ଥିତ ଶ୍ୱଶୁର ଘରୁ ଗିରଫ କରିଥିଲା । ଗତ ୨୧ ତାରିଖରେ ପୁଲିସ ଅଧିକ ପଚରାଉଚରା କରି ହତ୍ୟା ପଛର ରହସ୍ୟ ଉନ୍ମୋଚନ କରିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ଅଗ୍ରୱାଲ୍‌ଙ୍କ ସହ ଅତିରିକ୍ତ ଏସ୍‌ପି ସୁଶୀଲ ମିଶ୍ର, ପିପିଲି ଏସ୍‌ଡିପିଓ ଦେବାଶିଷ ମିଶ୍ର ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.