ଭୁବନେଶ୍ବର,୨୨।୩ : ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ଅଭିଯୁକ୍ତ ଗିରଫ। ଯାଜପୁର ନୂଆଗାଁରୁ ଅଭିଯୁକ୍ତକୁ ଗିରଫ କଲା ଆନନ୍ଦପୁର ନନ୍ଦିପଦା ପୁଲିସ। ଅଭିଯୁକ୍ତ ଜଣକ ହେଲେ ହରମୋହନ ବାରିକ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହ୍ବାଟସଆପରେ ହତ୍ୟା ଧମକ ଆସିଥିଲା । ଭୁବନେଶ୍ବର ଆସିଲେ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା। ମାର୍ଚ୍ଚ ୯ ତାରିଖରୁ ଏହି ହତ୍ୟା ଧମକ ମିଳିଥିବା ଜୟଦେବ ଜେନା ଅଭିଯୋଗ କରିଥିଲେ। ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ହତ୍ୟା ଧମକକୁ ନେଇ ମୁଖ୍ୟମନ୍ତ୍ରୀ,ପୁ ଡିଜି ଏବଂ କେନ୍ଦୁଝର ଏସପି ଙ୍କୁ ମଧ୍ୟ ଅବଗତ କରାଇଥିଲେ। ନନ୍ଦିପଦା ପୁଲିସ ଘଟଣାର ତଦନ୍ତ କରି ଯାଜପୁର ନୂଆଗାଁରୁ ଅଭିଯୁକ୍ତକୁ ଗିରଫ କରିଛି।