ସମ୍ବଲପୁର, ୭।୧୨ : ଦୁର୍ଦ୍ଧାନ୍ତ ଅପରାଧି ସଂଜୀବ କରାଲିଙ୍କୁ ଏନକାଉଣ୍ଟର । ରେଙ୍ଗାଲି ଥାନା ରମ୍ପେଲା ବ୍ରିଜ ନିକଟରେ ଏନକାଉଣ୍ଟର କଲା ପୋଲିସ | ସଂଜିବ ନାଁରେ ୨୩ରୁ ଉର୍ଦ୍ଧ୍ବ ଡକାୟତି, ଚୋରି ପରି ସଙ୍ଗୀନ ଅଭିଯୋଗ ରହିଥିଲା ।
ଗତ ୨୨ ତାରିଖରେ ସଂଗଠିତ ହୋଇଥିବା ଡକାୟତି ଘଟଣାରେ ସଂଜିବକୁ ପୋଲିସ ଧରିବାକୁ ଯାଇଥିଲା। ସଂଜିବ ପୋଲିସକୁ ଦେଖି ୩ ରାଉଣ୍ଡ ଫାୟାରିଂ କରିଥିବାବେଳେ ପୋଲିସ ୨ ରାଉଣ୍ଡ ଗୁଳି ଚାଳନା କରିଥିଲା | ଫଳରେ ସଂଜିବର ଡାହାଣ ଗୋଡ ଆଣ୍ଠୁ ତଳେ ଗୋଟିଏ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଭୀମସାରରେ ଭର୍ତ୍ତି କରାଯାଇଛି । ପୋଲିସ ଉପରକୁ ଫାୟାରିଂ କରିବାରୁ ପୋଲିସ ଏନକାଉଣ୍ଟ କରିଥିବା ସମ୍ବଲପୁର ଏସପି ମୁକେଶ ଭାମୁ ଓ ଉତ୍ତରାଂଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି।