ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଦାଦାବଟି ମାଗି ଅଭିଯୁକ୍ତ ଗିରଫ; ୩ ମୋବାଇଲ, ୭ଶହ ଟଙ୍କା, ସୁନା ମୁଦି ଓ ଛୁରୀ ଜବତ

Published By : Bijay Swain | May 17, 2025 1:14 AM

ଖୋର୍ଦ୍ଧା,୧୬/୫(ଆପ୍ର): ଗୁରୁବାର ଦିନ ଶିଳ୍ପାଞ୍ଚଳ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ଉକ୍ତ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଜେନାସାହିର ସୁଶାନ୍ତ ବେହେରା(୨୯)ଙ୍କୁ ଗିରଫ କରିଛି, ତା ନିକଟରୁ ନଗଦ ୭ ଶହ ଟଙ୍କା,ସୁନା ମୁଦି, ଛୁରୀ ଓ ଦୁଇ ମୋବାଇଲ ଜବତ କରିଛି ।

ଘଟଣାରୁ ଜଣାପଡ଼ିଛି ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ସ୍ଥିତ ଏକ ଘରୋଇ କମ୍ପାନୀ ସମୁଖ ବିହାର ରାଜ୍ୟ ନାଳନ୍ଦା ଜିଲ୍ଲାର ସଚିତ୍ର କୁମାର ନାମ ବିଶିଷ୍ଟ ଡ୍ରାଇଭର ତାଙ୍କ ଟ୍ରକ ଉପରେ ବିଶ୍ରାମ ନେଉଥିଲେ। ଏ ସମୟରେ ଅଭିଯୁକ୍ତ ସୁଶାନ୍ତ ତାଙ୍କୁ ପାର୍କିଂ ଫି ନାମରେ ଦାଦାବଟି ମାଗିଥିଲେ । ମନା କରିବାରୁ ଅଭିଯୁକ୍ତ ତାଙ୍କ ବେକରେ ଛୁରୀ ଲଗାଇ ଭୟଭିତ କରାଇ ମୋବାଇଲ ଓ ଟଙ୍କା ନେଇ ଚମ୍ପଟ ମାରିଥିଲା। ଘଟଣା ସମ୍ପର୍କରେ ସଚିତ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଆଜି ସନ୍ଧ୍ୟରେ ଦାଦାବଟି ମାଗିବା ଅଭିଯୋଗରେ ଶିଳ୍ପାଞ୍ଚଳ ପୁଲିସ ସୁଶାନ୍ତଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। 

ଅଭିଯୁକ୍ତ ନାମରେ ୩ ଅପରାଧିକ ମାମଲା ଆଦର୍ଶ ଥାନାରେ ରୁଜୁ ହୋଇଥିବା ସବ-ଇନ୍ସପେକ୍ଟର ବାସୁଦେବ ଜୟସିଂହ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.