ଧୂଷୁରୀ,୧୭/୦୭: ସଟର କାଟି ୪୦ ବସ୍ତା ଚାଉଳ ବୋହି ନେଇଗଲେ ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ସୂର୍ଯ୍ୟପୁର ଗାଁରେ ଏହି ଲୁଟ୍ ହୋଇଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଓମ୍ ସାଇନାଥ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ବିତରଣ ପାଇଁ ମହଜୁତ ଥିବା ରାସନ ଚାଉଳକୁ ଦୁର୍ବୃତ୍ତମାନେ ଚୋରି କରିନେଇଛନ୍ତି । ଗୋଦାମ ଘର ସଟର କାଟି ୪୦ ବସ୍ତା ଚାଉଳ ସହ ନଗଦ ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଧୂଷୁରୀ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି ।