ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଖୁବ୍ ଭିଡ଼ ଲାଗିଛି। ସମସ୍ତେ ନିଜ ନିଜ ଗାଡ଼ିର ପ୍ରଦୂଷଣ ଯାଞ୍ଚ କରି ସାର୍ଟିଫିକେଟ୍ ହାତେଇବାରେ ବ୍ୟସ୍ତ। ଆଉ ଏହି ଭିତରେ କୌଣସି ପ୍ରକାର ଅନିୟମିତତାକୁ ରୋକିବା ପାଇଁ ପଦକ୍ଷେପ ନିଆ ଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ,ବିଭିନ୍ନ କେନ୍ଦ୍ରରେ RTO ମାନଙ୍କ ଦ୍ଵାରା ତଦାରଖ କରାଯାଇଛି। ମୋଟର ଯାନ ଆଇନ ଅନୁପାଳନ, ଜନସାଧାରଣଙ୍କ ସୁବିଧା ତଥା ପରିବହନରେ ପରିବେଶ ସୁରକ୍ଷାର ମୂଳ ଭାବନାକୁ ସୁନିଶ୍ଚିତ କରିବାକୁ ଆଗକୁ ନିୟମିତ ଭାବେ ଏଭଳି ଯାଞ୍ଚ ଜାରି ରହିବ।
ଉଲ୍ଲେଖନୀୟ ଯେ, ଆଉ ମାସେ ବଢିଛି ପିୟୁସିସି ଅବଧି। ଫେବୃଆରୀ ପହିଲା ଯାଏଁ ଗାଡିର ବୈଧ କାଗଜପତ୍ର କରାଇନେବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ଅବଧି ଭିତରେ RC, ଫିଟନେସ୍, ପିୟୁସି, ବୀମା ଆଦି କରାଇନେବାକୁ କୁହାଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ନିର୍ଦ୍ଦେଶ ଦେଇଛନ୍ତି। ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଯାଇଛି।
ଗାଡ଼ିର ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ କୌଣସି ପ୍ରକାର ଅନିୟମିତତାକୁ ରୋକିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ବିଭିନ୍ନ କେନ୍ଦ୍ରରେ RTO ମାନଙ୍କ ଦ୍ଵାରା ତଦାରଖ କରାଯାଇଛି।
— State Transport Authority, Odisha (@STAOdisha) December 28, 2025
ମୋଟର ଯାନ ଆଇନ ଅନୁପାଳନ, ଜନସାଧାରଣଙ୍କ ସୁବିଧା ତଥା ପରିବହନରେ ପରିବେଶ ସୁରକ୍ଷାର ମୂଳ ଭାବନାକୁ… pic.twitter.com/nLEXzYfX1F
ପୂର୍ବରୁ ଜାନୁଆରୀରୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅବଧି ବୃଦ୍ଧି କରାଯାଇଛି। ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି। ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନଥିବା ଗାଡ଼ି ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।
ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ। ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।