ପ୍ରମୂଖ ଖବର
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଦେଶରେ ୧୨ ଶହ ଅତିକ୍ରମ କଲା କରୋନା ରୋଗୀଙ୍କ ସଂଖ୍ୟା, ବିଶେଷଜ୍ଞ କହିଲେ ନୂଆ ଭାରିଆଣ୍ଟର ଲକ୍ଷଣ...

Published By : Ladu Kishor | May 29, 2025 5:04 PM

ନୂଆଦିଲ୍ଲୀ: ଭାରତରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଇବାରେ ଲାଗିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏବେ ୧୨୦୦ ଅତିକ୍ରମ କରିଛି। କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜ୍ୟ ଗୁଡ଼ିକୁ ଏଥିପ୍ରତି ସତର୍କତା ଏବଂ ସଚେତନତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲରେ କୋଭିଡ-୧୯ ଆଇସୋଲେସନ ୱାର୍ଡ ବନା ଯାଇଛି । ପୂର୍ବରୁ ଏଠାରେ ଚାରି ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ପରୀକ୍ଷଣ ନେଗେଟିଭ୍ ଆସିବା ପରେ ଏବେ କେବଳ ଦୁଇ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି। ଉଭୟ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେମାନେ ଏବେ ଭଲ ଅନୁଭବ କରୁଛନ୍ତି। ନିଶ୍ୱାସ ନେବାରେ କଷ୍ଟ ଏବଂ ଉଚ୍ଚ ଜ୍ୱର ଯୋଗୁଁ ସେମାନଙ୍କୁ ଚାରି ଦିନ ପୂର୍ବରୁ ଭର୍ତ୍ତି କରାଯାଇଥିଲା।

କୋଭିଡ୍-୧୯ ୱାର୍ଡର ନୋଡାଲ୍ ଅଧିକାରୀ ଡାକ୍ତର ପବନ କୁମାର କହିଛନ୍ତି ଯେ ବର୍ତ୍ତମାନ ହସ୍ପିଟାଲରେ କେବଳ ଦୁଇଜଣ ରୋଗୀ ଭର୍ତ୍ତି ଅଛନ୍ତି ଏବଂ ଉଭୟଙ୍କ ଅବସ୍ଥା ସ୍ଥିର ଅଛି। "ଯଦିଓ ବର୍ତ୍ତମାନର ପରିସ୍ଥିତି ଗମ୍ଭୀର ନୁହେଁ,ଲୋକଙ୍କୁ ସତର୍କ ରହିବାକୁ ପଡିବ। ଲୋକମାନେ ଭିଡ଼ ଠାରୁ ଦୂରରେ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ। 

ଡାକ୍ତର ପବନଙ୍କ ଅନୁଯାୟୀ, କୋଭିଡ୍‌ର ନୂତନ ଭାରିଆଣ୍ଟ ପୁରୁଣା ଭାରିଆଣ୍ଟ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ନୁହେଁ। କାଶ ଏବଂ ଜ୍ୱର ଭଳି ଲକ୍ଷଣ ମୁଖ୍ୟତଃ ସଂକ୍ରମିତ ରୋଗୀଙ୍କ ଠାରେ ଦେଖାଯାଏ। ତଥାପି, ଏହାର ସଂକ୍ରାମକତା ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ କିଛି କୁହାଯାଇ ପାରିବ ନାହିଁ। ସେ କହିଛନ୍ତି ଯେ ପୂର୍ବ ଲହରରେ ରୋଗୀ ମାନଙ୍କୁ ଅକ୍ସିଜେନ୍, ଭେଣ୍ଟିଲେଟର ଏବଂ ICU ଆବଶ୍ୟକ ଥିଲା,କିନ୍ତୁ ବର୍ତ୍ତମାନ ଏପରି କୌଣସି ପରିସ୍ଥିତି ନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.