ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

Actor Vijay: ଅଭିନେତାରୁ ରାଜନେତା ବିଜୟଙ୍କୁ ‘Y’ ସୁରକ୍ଷାକୁ ନେଇ ଜୋର ଧରିଲା ରାଜନୀତି

Published By : Tapas Panda | February 15, 2025 8:36 PM

Image Courtesy: livemint

ନୂଆଦିଲ୍ଲୀ: ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ)ର ପ୍ରତିଷ୍ଠାତା ଏବଂ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କୁ ‘Y’ ବର୍ଗର ସୁରକ୍ଷା ପ୍ରଦାନ କରିଛି ଗୃହ ମନ୍ତ୍ରଣାଳୟ ।  ‘Y’ ବର୍ଗରରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ଏବଂ ସଶସ୍ତ୍ର ଗାର୍ଡ ଅନ୍ତର୍ଭୁକ୍ତ । ସପଟେ ବିଜୟଙ୍କୁ ସୁରକ୍ଷା ପ୍ରଦାନ କରାଯିବାକୁ ନେଇ ରାଜ୍ୟରେ ରାଜନୈତିକ ବିତର୍କ ସୃଷ୍ଟି ହୋଇଛି । ସରକାରଙ୍କ  ନିଷ୍ପତ୍ତି ପଛରେ ଥିବା ସମୟ ଏବଂ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି AIADMK । ଦଳର ବରିଷ୍ଠ ନେତା କେ.ପି. ମୁନୁସାମୀ ଶୁକ୍ରବାର ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଏହି ସୁରକ୍ଷା ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଲୋଭିତ କରିବା ପାଇଁ ବିଜେପି ଦ୍ୱାରା ଏକ ରଣନୈତିକ ପ୍ରୟାସ ହୋଇପାରେ। 

ମୁନୁସାମୀ ସୂଚିତ କରିଛନ୍ତି ଯେ, ‘ବିଜୟ, ଯିଏ ଫେବୃଆରୀ ୨୦୨୪ ରେ ତାଙ୍କର ରାଜନୈତିକ ଦଳ ଆରମ୍ଭ କରିଥିଲେ । ସେ ବହୁ ସଂଖ୍ୟାରେ ଜନସମାବେଶ କରୁଛନ୍ତି ଏବଂ ରାଜ୍ୟର ରାଜନୈତିକ କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ଉଭା ହେଉଛନ୍ତି । ଏଥିପାଇଁ କେନ୍ଦ୍ର ତାଙ୍କୁ ସୁରକ୍ଷା ଦେଉଥିଲେ ମୁଁ ଖୁସି । ଯଦି ତାଙ୍କୁ ବିଜେପି ପାଇଁ ଭୋଟ୍‌ ହାସଲ କରିବାକୁ ସୁରକ୍ଷା ଦିଆଯାଉଛି ତେବେ ଏହାକୁ ବିରୋଧ କରାଯିବ ଆବଶ୍ୟକ ।’

ସେପଟେ ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏକାଧିକ ଗୁଇନ୍ଦା ସଂସ୍ଥା ବିଜୟଙ୍କ ଜୀବନ ପ୍ରତି ସମ୍ଭାବ୍ୟ ବିପଦ ଥିବା ନେଇ ସୂଚନା ଦେବା ପରେ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ଅଭିନେତା-ରାଜନେତା ବିଜୟଙ୍କ ବର୍ଦ୍ଧିତ ପ୍ରଭାବ ଏବଂ ସାର୍ବଜନୀନ ଯୋଗଦାନ ସତ୍ତ୍ୱେ ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାରେ ବିଫଳ ହେବାରୁ ଶାସକ ଡିଏମକେ ସରକାରଙ୍କୁ ସମାଲୋଚନା କରିଛନ୍ତି ଆନ୍ନାମଲାଇ । 

ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ତାରକା ବିଜୟ ଗତ ବର୍ଷ ତାମିଲଗା ଭେଟ୍ଟ୍ରି କାଝାଗମ ଆରମ୍ଭ କରି ଆନୁଷ୍ଠାନିକ ଭାବରେ ରାଜନୀତିରେ ପ୍ରବେଶ କରିଥିଲେ । ତାଙ୍କ ଦଳ ବର୍ତ୍ତମାନ ରାଜ୍ୟକୁ ଶାସନ କରୁଥିବା ଡିଏମକେ ଏବଂ କେନ୍ଦ୍ରରେ ବିଜେପି ଉଭୟର ବିକଳ୍ପ ଭାବରେ ନିଜକୁ ସ୍ଥାନୀତ କରିଛି। ବିଜୟଙ୍କ ବିପୁଳ ପ୍ରଶଂସକ ଏବଂ ଭିଡ଼ ତିଆରି କରିବାର କ୍ଷମତାକୁ ଦୃଷ୍ଟିରେ ରଖି ରାଜନୀତିରେ ତାଙ୍କର ଆଗାମୀ ପଦକ୍ଷେପ ଉପରେ ସମସ୍ତେ ନଜର ରଖିଛନ୍ତି । ଏହା ପୂର୍ବରୁ ବିଜୟ ବିଶିଷ୍ଟ  ରାଜନୈତିକ ସମୀକ୍ଷକ ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.