ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜଣାଶୁଣା ଅଭିନେତା ପଓ୍ବନ କଲ୍ୟାଣଙ୍କ ହୋଇଛି ସର୍ଜରୀ। ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଫ୍ୟାନ୍ସ ମାନେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଚାହିଁ ବସିଛନ୍ତି । ଏଭଳି ଏକ ସମୟରେ ଭାଇଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅପଡେଟ୍ ଦେଇଛନ୍ତି ମେଗାଷ୍ଟାର ଚିରିଞ୍ଜିବ୍ । ସେ କହିଛନ୍ତି, ସାନଭାଇ ପଓ୍ବନ କଲ୍ୟାଣ ଏବେ ସୁସ୍ଥ ଅଛନ୍ତି। ସଫଳ ଅସ୍ତ୍ରୋପଚାର ହୋଇଥିବା ବେଳେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ସେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ପବନ କଲ୍ୟାଣ ଏବେ ସୁରକ୍ଷିତ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ସୁସ୍ଥ ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତର ମାନେ ଆଶା କରୁଛନ୍ତି ଯେ ସେ ଗୋଟିଏ ସପ୍ତାହ ମଧ୍ୟରେ ତାଙ୍କର ନିୟମିତ ଜୀବନକୁ ଫେରି ଆସିବେ। ସେ ପବନ କଲ୍ୟାଣଙ୍କ ପ୍ରଶଂସକ ମାନଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ଚିନ୍ତା କରିବାର କିଛି ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ପ୍ରମୁଖ ରାଜନେତା ଏବଂ ଚଳଚ୍ଚିତ୍ର ଅଭିନେତା ପଓ୍ବନ କଲ୍ୟାଣଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଅଭିନେତା ଆଲୁ ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, "ମୁଁ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସୁସ୍ଥତା ଏବଂ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। ଆପଣ ଖୁବ୍ ଶୀଘ୍ର ପୂର୍ଣ୍ଣ ଶକ୍ତିରେ ଫେରି ଆସିବେ।" ରାମ ଚରଣ ମଧ୍ୟ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।