ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ହତ୍ୟା ମାମଲାରେ ଅଭିନେତା ଦର୍ଶନ ଓ ପବିତ୍ରା ଗୌଡାଙ୍କ ଜାମିନ୍‌ ଆବେଦନ ଖାରଜ

Published By : Tapas Panda | October 14, 2024 8:41 PM

ନୂଆଦିଲ୍ଲ: ବେଙ୍ଗାଲୁରୁର ଏକ ସେସନ୍‌ କୋର୍ଟ ସୋମବାର କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପା ଏବଂ ତାଙ୍କ  ମହିଳା ବନ୍ଧୁ ପବିତ୍ରା ଗୌଡାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ରେଣୁକାସ୍ବାମୀ ହତ୍ୟା ମାମଲାରେ ଦର୍ଶନ ଏବଂ ପବିତ୍ରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ପୋଲିସ ଅନୁସାରେ, ୩୩ ବର୍ଷୀୟ ରେଣୁକାସ୍ବାମୀ ଅଭିନେତା ଦର୍ଶନଙ୍କ ପ୍ରଶଂସକ ଥିବା ବେଳେ ସେ ପବିତ୍ରାଙ୍କୁ ଖରାପ ମେସେଜ୍‌ କରୁଥିଲେ । ଏଥିପାଇ ଦର୍ଶନ କ୍ରୋଧରେ ତାଙ୍କ ଫ୍ୟାନଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । 

ଜୁନ୍‌ ୯ରେ ବେଙ୍ଗାଲୁରୁର ସୁମାନାହାଲିରେ ଥିବା ଏକ ଆପାର୍ଟମେଣ୍ଟ ନିକଟରୁ ରେଣୁକାସ୍ବାମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେପଟେ ରେଣୁକାସ୍ବାମୀଙ୍କ ହତ୍ୟାକାଣ୍ଡରେ ଅଭିନେତା ଦର୍ଶନଙ୍କ ହାତ ନାହିଁ କିମ୍ବା ସେ ହତ୍ୟା ସମୟରେ ସେଠାରେ ଉପସ୍ଥିତ ନଥିଲେ ବୋଲି ଅଭିନେତାଙ୍କ ଓକିଲ କହିଛନ୍ତି । କିନ୍ତୁ ତାଙ୍କର ଜାମିନ ଆବେଦନକୁ ବିରୋଧ କରି ପ୍ରତିପକ୍ଷ ଓକିଲ କହିଛନ୍ତି ଯେ, ହତ୍ୟାକାଣ୍ଡରେ ଅଭିନେତାଙ୍କ ଭୂମିକା ଥିବା ନେଇ ପ୍ରମାଣ ରହିଛି ।   

ଗତ ସେପ୍ଟେମ୍ବରରେ ପୋଲିସ ହତ୍ୟା ମାମଲାରେ ୩୯୯୧ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା । ଏଥିରେ ଆକ୍ଟର ଦର୍ଶନ ଏବଂ ପବିତ୍ରା ନାଁ ସାମିଲ ଥିଲା । ବର୍ତ୍ତମାନ ଆକ୍ଟର ଦର୍ଶନ ବାଲାରି ଜେଲ୍‌ରେ ଅଛନ୍ତି ।  କିଛି କଏଦୀଙ୍କ ସହିତ ତାଙ୍କର ଫଟୋ ଭାଇରାଲ୍‌ ହେବା ପରେ ଅଭିନେତାଙ୍କୁ ଗତ ଅଗଷ୍ଟରେ ପାରପ୍ପାନା ଜେଲରୁ ବାଳାରିକୁ ସ୍ଥାନାନ୍ତର କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.