ନୂଆଦିଲ୍ଲୀ,୧୨/୧୨; ଦିଂବଗତ ବଲିଉଡ ଅଭିନେତା ତଥା ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ସମ୍ମାନରେ ଦିଲ୍ଲୀରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି । ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ତଥା ସାଂସଦ ହେମାମାଳିନୀ ଗୁରୁବାର ଦିଲ୍ଲୀରେ ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ । ହେମାଙ୍କ ସହିତ ତାଙ୍କ ଦୁଇ ଝିଅ ଈଶା ଦେଓଲ ଓ ଆହାନା ଦେଓଲ ଉପସ୍ଥିତ ଥିଲେ । ଶୋକସଭାରେ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଭାବୁକ ହୋଇପଡିଥିଲେ ପତ୍ନୀ ହେମାମାଳିନୀ ।
ପ୍ରାର୍ଥନା ସଭାକୁ ସମ୍ବୋଧନ କରି ହେମାମାଳିନୀ କହିଥିଲେ, ମୁଁ କେବେ ବିଶ୍ୱାସ କରି ନଥିଲି ମୋ ଜୀବନରେ ଏମିତି ଆସି ଛିଡାହେବି । ଧରମଜୀଙ୍କ ପାଇଁ ଶୋକସଭାର ଆୟୋଜନ କରିବି । ସମଗ୍ର ବିଶ୍ୱ ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ଶୋକ କରୁଛି, କିନ୍ତୁ ମୋ ପାଇଁ ଏହା ଏକ ଅବିଶ୍ୱସନୀୟ ଆଘାତ । ସମୟର ପରୀକ୍ଷାରେ ଠିଆ ହୋଇଥିବା ଏକ ସାଥିର ବିଚ୍ଛେଦ । ଧରମଜୀଙ୍କ ବ୍ୟକ୍ତିତ୍ୱ ବିଶାଳ ଯାହାର କୌଣସି ସୀମା ନାହିଁ । ସେ ଜଣେ ହସମୁଖ ମଣିଷ ଥିଲେ । ସମସ୍ତଙ୍କ ସହ ମିଶୁଥିଲେ । ପ୍ରସିଦ୍ଧତାର ଶିଖରରେ ଥାଇ ବି ନିଜକୁ ଅଲଗା ଭାବୁନଥିଲେ । ମାଟି ସହ ଜଡ଼ିତ ଥିଲେ । ତାଙ୍କର ଏହି ଗୁଣ ସମସ୍ତଙ୍କୁ ଆକର୍ଷିତ କରୁଥିଲା । ବଡ଼, ଛୋଟ, ଧନୀ-ଗରିବ ନିଜ-ପର ସମସ୍ତଙ୍କ ସହ ଭଲ ପାଇବା ଓ ସମ୍ମାନର ସହ କଥା ହେଉଥିଲେ ।''
#WATCH | Delhi: Actor and BJP MP Hema Malini pays floral tributes to her late husband, veteran actor Dharmendra, as she arrives at Ambedkar International Centre for a prayer meet organised in his memory.
— ANI (@ANI) December 11, 2025
Their daughters, Esha and Ahana are also with her. pic.twitter.com/knkhDLxLNo
ଶୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପଚି ଓମ୍ ବିର୍ଲା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପି ସାଂସଦ ଅନୁରାଗ ଠାକୁର, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଭିନେତ୍ରୀ କଙ୍ଗନା ରାଣାୱତ, ରବି କିଶନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ ।