ନୂଆଦିଲ୍ଲୀ,୦୮/୧୨; ଅପହରଣ ଓ ଦୁଷ୍କର୍ମ ମାମଲାରେ ପ୍ରସିଦ୍ଧ ମାଲାୟାଲମ ଅଭିନେତା ଦିଲ୍ଲୀପ ନିର୍ଦ୍ଦୋଷ । କେରଳ ଏର୍ଣ୍ଣାକୁଲମ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଅଭିନେତା ଦିଲ୍ଲୀପ । ୨୦୧୭ରେ ଜନୈକ ଅଭିନେତ୍ରୀ ଦିଲ୍ଲୀପଙ୍କ ନାମରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଅଣିଥିଲେ । କୋଚିରେ ଚଳନ୍ତା କାରରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ । ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ । ଅନ୍ୟ ୬ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ । ମାମଲା ତାଙ୍କ କ୍ୟାରୟରକୁ ନଷ୍ଟ କରି ଦେଇଥିବା କହିଛନ୍ତି ।​​​​​​​

୮ ବର୍ଷ ପୁରୁଣା ମାମଲାରେ ଆଜି ରାୟ ଶୁଣାଇଛନ୍ତି କେରଳ ଏର୍ଣ୍ଣାକୁଲମ କୋର୍ଟ । ମାମଲାରେ ମୋଟ ୧୦ ଜଣ ଅଭିଯୁକ୍ତ ଥିଲେ ଏବଂ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରାୟ ୮ ବର୍ଷ ଧରି ଚାଲିଥିବା ବିଚାର ପରେ ଏର୍ଣ୍ଣାକୁଲମ କୋର୍ଟର ପ୍ରିନ୍ସିପାଲ ସେସନ୍ସ ଜଜ୍ ହନି ଏମ୍. ଭାର୍ଗୀସ୍ ଦିଲ୍ଲୀପଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଦିଲ୍ଲୀପ ଏହି ମାମଲାରେ ଅଷ୍ଟମ ଅଭିଯୁକ୍ତ ଥିଲେ । କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ଅଭିଯୁକ୍ତ ନମ୍ବର ୧ ରୁ ୬ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାମଲାର ଅନ୍ୟ ଅଭିଯୁକ୍ତମାନେ ହେଲେ  ଏନଏସ ସୁନୀଲ, ଓରଫ 'ପଲସର ସୁନି', ମାର୍ଟିନ୍ ଆଣ୍ଟୋନି, ବି ମଣିକନ୍ଦନ, ଭିପି ବିଜେଶ, ଏଚ୍ ସଲିମ୍, ଓରଫ ଭାଡିୱାଲ୍ ସଲିମ୍, ପ୍ରଦୀପ, ଚାର୍ଲି ଥମାସ, ସାନିଲ୍ କୁମାର, ଓରଫ ମେସ୍ତ୍ରୀ ସାନିଲ୍ ଏବଂ ଶରଥ ନାୟାର ।