ଭୁବନେଶ୍ବର,୨୫।୫ : ଯାତ୍ରା ପାର୍ଟି ତୁଳସୀ ଏବଂ ଅଶୋକ ସମ୍ରାଟ ମାଲିକ୍ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ ପୁଣି ଅଭିଯୋଗ । ବକେୟା ଟଙ୍କା ମାଗିବାରୁ ନାଣ୍ଡୁ ଧଳ ମାଡ ମାରିଥିବା ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି । ତାଙ୍କୁ ଲୋକ ଲଗେଇ ମାଡ ମାରିବା ସହ ଗାଡ଼ି ପୋଡ଼ିଦେବା ଆଦି ଧମକ ଦେଇଥିବା ମାମୁନି ଷଡ଼ଙ୍ଗୀ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଛନ୍ତି।
ବାଲେଶ୍ଵର ବାଲିଆପାଳ ଯାତ୍ରା କ୍ୟାମ୍ପରେ ମାଡ ମାରିବା ସହ ଗାଡ଼ି ପୋଡ଼ିଦେବା ପାଇଁ ଧମକ ଦେଇଥିଲେ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ମାମୁନି ଓ ତାଙ୍କ ସ୍ବାମୀ ବାପି କୁମାର । ଗତ କିଛି ଦିନ ତଳେ କମେଡିଆନ୍ ନରି ପଣ୍ଡା ମଧ୍ୟ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳ ଙ୍କ ନାମରେ ମାଡ ମାରିବା ଅଭିଯୋଗ ଆଣିଥିଲେ।