ଭୁବନେଶ୍ବର,୨୫।୫ : ଯାତ୍ରା ପାର୍ଟି ତୁଳସୀ ଏବଂ ଅଶୋକ ସମ୍ରାଟ ମାଲିକ୍ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ  ଧଳଙ୍କ ବିରୁଦ୍ଧରେ ପୁଣି ଅଭିଯୋଗ । ବକେୟା ଟଙ୍କା ମାଗିବାରୁ ନାଣ୍ଡୁ ଧଳ ମାଡ ମାରିଥିବା ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ।  ତାଙ୍କୁ ଲୋକ ଲଗେଇ ମାଡ ମାରିବା ସହ  ଗାଡ଼ି ପୋଡ଼ିଦେବା ଆଦି ଧମକ ଦେଇଥିବା ମାମୁନି ଷଡ଼ଙ୍ଗୀ  ଭୁବନେଶ୍ବର ମହିଳା ଥାନାରେ   ଅଭିଯୋଗ କରିଛନ୍ତି। 

ବାଲେଶ୍ଵର ବାଲିଆପାଳ  ଯାତ୍ରା କ୍ୟାମ୍ପରେ ମାଡ ମାରିବା ସହ ଗାଡ଼ି ପୋଡ଼ିଦେବା ପାଇଁ ଧମକ ଦେଇଥିଲେ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ମାମୁନି ଓ ତାଙ୍କ ସ୍ବାମୀ ବାପି କୁମାର । ଗତ କିଛି ଦିନ ତଳେ କମେଡିଆନ୍   ନରି ପଣ୍ଡା ମଧ୍ୟ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳ ଙ୍କ ନାମରେ ମାଡ ମାରିବା ଅଭିଯୋଗ ଆଣିଥିଲେ।