ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଆଦାନୀ ଗ୍ରୀନ୍‌କୁ ଡବଲ ଝଟକା: ଶ୍ରୀଲଙ୍କା ରଦ୍ଦ କଲା ଡିଲ୍, ହ୍ରାସ ପାଇଲା କମ୍ପାନୀର ସେୟାର

Published By : Prameya | January 24, 2025 4:52 PM

ନୂଆଦିଲ୍ଲୀ,୨୪।୧: ଗୌତମ ଆଦାନୀ ଗ୍ରୁପ୍‌କୁ ବଡ଼ ଝଟକା।  ଆଦାନୀ ଗ୍ରୀନ୍‌ ଏନର୍ଜି ସହ ଶ୍ରୀଲଙ୍କା ୪୪୦ ମିଲିୟନ ଡଲାର ପାଓ୍ବାର ପରଚେଜ୍ ଡିଲ୍‌କୁ ରଦ୍ଦ କରିଦେଇଛି। ସେଭଳି ଏହି ପ୍ରୋଜେକ୍ଟର ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି ଖବର ଭିତରେ ଶୁକ୍ରବାର ଆଦାନୀ ଗ୍ରୁପର ଲିଷ୍ଟେଡ୍‌ ଅଧିକାଂଶ କମ୍ପାନୀର ସେୟାର ଖୁବ୍ ହ୍ରାସ୍ ଘଟିଛି।

ଶ୍ରୀଲଙ୍କାର ଲିଡିଂ ବିଜନେସ୍‌ ନ୍ୟୁଜ ପେପର ଡେଲି ଏଫ୍‌ଟିର ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶର ରାଷ୍ଟ୍ରପତି ଅନୁରା କୁମାରା ଡିସନାୟକେଙ୍କ ନେତୃତ୍ବରେ କ୍ୟାବିନେଟ୍‌ ଆଦାନୀ ଗ୍ରୁପ୍‌କୁ ବଡ଼ ଝଟକା ଦେଇଛି। କ୍ୟାବିନେଟ୍ ମନ୍ନାରା ଓ ପୁନାରିନ୍‌ରେ ଓ୍ବିଣ୍ଡ ଏନର୍ଜି ପ୍ଲାଣ୍ଟ ନିର୍ମାଣର କନଟ୍ରାକ୍ଟ ଆଦାନୀ ଗ୍ରୀନ୍‌ ଏନର୍ଜୀ ଏସ୍‌ଏଲ ଲିମିଟେଡ୍‌କୁ ଦେବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି। ଏହା ସହ ପାଓ୍ବାର ପରଚେଜ୍ ଏଗ୍ରିମେଣ୍ଟ ରଦ୍ଦ ହୋଇଯାଇଛି। 

ଉଲ୍ଲେଖନୀୟ ଯେ, ବର୍ତ୍ତମାନର ରାଷ୍ଟ୍ରପତି ନିଜର ନିର୍ବାଚନ ଅଭିଯାନ ସମୟରେ ପ୍ରତିଶୃତି ଦେଇଥିଲେ ଏହି ଡିଲ୍‌କୁ ରଦ୍ଦ କରିବେ।   କେବଳ ସେତିକି ନୁହେଁ ଶ୍ରୀଲଙ୍କାରେ ଓ୍ବିଣ୍ଡ ଏନର୍ଜିର ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଟ୍ରେଡର୍ସଙ୍କୁ ଆମନ୍ତ୍ରିତ କରିବେ। ସେ ନିଜର ପ୍ରତିଶୃତି ପାଳନ କରି ୩୦ ଡିସେମ୍ବରରେ କ୍ୟାବିନେଟ୍‌କୁ ଏହି ଡିଲ୍ ରଦ୍ଦ କରିବାକୁ ନିଷ୍ପତ୍ତି ନେବାକୁ ରାଜି କରାଇଥିଲେ। ଗୁରୁବାର ବଜାର ବନ୍ଦ ହେବାପରେ ଆଦାନୀ ଗ୍ରୀନ୍ ଏନର୍ଜି ନିଜର FY25 ର ତୃତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଜାରି କରିଛି। କମ୍ପାନୀର ପରିଚାଳନାରୁ ମିଳିଥିବା କନସୋଲିଡେଟେଡ୍ ରେଭିନ୍ୟୁ ବାର୍ଷିକ ଆଧାରରେ ୨.୩୩% ବଢି ୨,୩୬୫ କୋଟି ହୋଇଯାଇଛି, ଯାହାକି Q3 FY24 ରେ ୨,୩୧୧ କୋଟି ଥିଲା। ସେଭଳି ପ୍ରଫିଟ୍ ଆଫ୍ଟର ଟ୍ୟାକ୍ସରେ ୮୫%ବାର୍ଷିକ ବୃଦ୍ଧି ହୋଇଯାଇଛି। ଏହି ଲାଭ ୪୭୪ କୋଟି ଟଙ୍କା ରହିଛି, ଯାହାକି ଗତ ବର୍ଷ ସମାନ ତ୍ରୟମାସିକରେ ୨୫୬ କୋଟି ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.