ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ବଢ଼ିବ ଆଦାନି ଗ୍ରୁପ ଅଡ଼ୁଆ: ଆମେରିକା ପ୍ରତିଭୂତି ଏବଂ ବିନିମୟ ଆୟୋଗ ସମନ୍ ଜାରି, ୨୧ ଦିନରେ ଜବାବ ଦିଅ

Published By : Prameya | November 25, 2024 11:59 AM

ନୂଆଦିଲ୍ଲୀ,୨୫/୧୧: ଲାଞ୍ଚ ଏବଂ ଜାଲିଆତି ଅଭିଯୋଗରେ ଆଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନି  ଏବଂ ତାଙ୍କ ପୁତୁରା ସାଗର ଆଦାନିଙ୍କୁ ଘେରିଛି  ଆମେରିକା । ଉଭୟଙ୍କ ବିରୋଧରେ ଆମେରିକା  ପ୍ରତିଭୂତି ଏବଂ ବିନିମୟ ଆୟୋଗ(ଏସ୍‌ଇସି)  ସମନ୍‌ ଜାରି କରିଛି । ଏହା ଅନ୍ତର୍ଗତ ଉଭୟଙ୍କୁ  ୨୧ ଦିନ ମଧ୍ୟରେ ସେମାନଙ୍କ ଉପରେ ଲାଗିଥିବା  ଅଭିଯୋଗର ଜବାବ ଦେବାକୁ ପଡ଼ିବ । ଏପଟେ  ଭାରତରେ ସୁପ୍ରିମକୋର୍ଟରେ ପହଞ୍ଚିଛି ଆଦାନି ମାମଲା । ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ  ଦାୟର କରାଯାଇଛି । ଏହି ମାମଲାର ଯାଞ୍ଚ ଲାଗି ଆବେଦନରେ କୁହାଯାଇଛି । 

ବିଶାଲ ତିୱାରୀ ଆଦାନି ହିଣ୍ଡେନବର୍ଗ  ବିବାଦରେ ଶେୟାର ମୂଲ୍ୟ ହେରଫେର  ଅଭିଯୋଗରେ ଏକ ଅନ୍ତରୀଣ ପିଟିଶନ ଦାଖଲ  କରିଛନ୍ତି । ଆଦାନିଙ୍କ ବିରୋଧରେ ଆସିଥିବା  ଅଭିଯୋଗ ସାଂଘାତିକ । ଭାରତୀୟ ଅଧିକାରୀଙ୍କ  ଦ୍ୱାରା ଏହାର ଯାଞ୍ଚ ହେବା ଜରୁରୀ ବୋଲି ପିଟିଶନରେ କୁହାଯାଇଛି ।

ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ,  ସେବି ଏହାର ଯାଞ୍ଚ ସମ୍ପୂର୍ଣ୍ଣ କରିବା ସହ ନିସ୍କର୍ଷକୁ  ରେକର୍ଡ ଭାବେ ଗ୍ରହଣ କରାଯିବା ଆବଶ୍ୟକ।  ସେବି ଯାଞ୍ଚରେ ସର୍ଟ ସେଲିଂର ଅଭିଯୋଗ  ରହିଥିଲା । ବିଦେଶୀ ଏଜେନ୍ସି ଗୁଡିକ ପକ୍ଷରୁ  ଆସିଥିବା ଅଭିଯୋଗ ଏହା ସହ ସମ୍ପର୍କ ରହିଥାଇ  ପାରେ । ସେବି ଯାଞ୍ଚ ରିପୋର୍ଟରେ ଏ ସମ୍ପର୍କରେ ସ୍ପଷ୍ଟ  ହେବା ଉଚିତ । ସେବିର ବିଶ୍ୱସନୀୟତାକୁ ନେଇ  ମଧ୍ୟ ଆବେଦନରେ ଚିନ୍ତା ପ୍ରକଟ କରାଯାଇଛି । 

ଆମେରିକା ଜଷ୍ଟିସ ବିଭାଗର ଆଦେଶ ଏବଂ  ୟୁଏସ୍‌ ସିକ୍ୟୁରିଟିଜ ଏବଂ ଏକ୍ସଚେଞ୍ଜ କମିଶନର  ଅଭିଯୋଗ ଆଦାନି ଗ୍ରୁପର ଗଡବଡକୁ ସାମ୍ନାକୁ  ଆଣିଛି । ଆରୋପ ଗମ୍ଭୀର ହୋଇଥିବାରୁ ଭାରତୀୟ  ଏଜେନ୍ସି ଗୁଡିକ ଏହି ମାମଲାରେ ହସ୍ତକ୍ଷେପ  କରିବା ସହ ଭଲ ଭାବେ ଯାଞ୍ଚ କରନ୍ତୁ ବୋଲି  ଆବେଦନକାରୀ ସର୍ବୋଚ୍ଚ କୋର୍ଟଙ୍କୁ ନିବେଦନ  କରିଛନ୍ତି । 

ଏକ ମିଡିଆ ରିପୋର୍ଟ ମୁତାବକ, ଆମେରିକା  ସିକ୍ୟୁରିଟିଜ ଆଣ୍ଡ କମିଶନର ଗୌତମ ଆଦାନି  ଏବଂ ତାଙ୍କ ପୁତୁରା ସାଗର ଆଦାନିଙ୍କୁ ଉଚିତ  ପ୍ଲାଟଫର୍ମରେ ସମନ ପଠାଇବାର ଆବଶ୍ୟକତା  ରହିଛି ବୋଲି କୁହାଯାଇଛି । କାରଣ କୌଣସି  ବିଦେଶୀ ନାଗରିକଙ୍କୁ ସିଧା ସମନ ପଠାଇବା  ଅଧିକାର କ୍ଷେତ୍ରର ବାହାରେ ରହିଛି ।  

ଏସ୍‌ଇସିର ବିଦେଶୀ ନାଗରିକଙ୍କ ଉପରେ  କୌଣସି ଅଧିକାର ନାହିଁ । ୧୯୬୫ର ହେଗ  ଚୁକ୍ତି ଅନୁସାରେ ଉଭୟ ଦେଶ ମଧ୍ୟରେ ଏଭଳି ମାମଲାକୁ ନିୟନ୍ତ୍ରିତ କରିଥାଏ । କୌଣସି ବ୍ୟକ୍ତି  ବିଶେଷଙ୍କୁ ଏଭଳି ସିଧାସଳଖ ସମନ ପଠାଇବାକୁ  ଏହି ଚୁକ୍ତିରେ ବାରଣ କରାଯାଇଛି । ଅନ୍ୟ ପଟେ  ବାଂଲାଦେଶର ଅନ୍ତରୀଣ ସରକାର ଆଦାନିର ଶକ୍ତି  ପ୍ରକଳ୍ପ ଉପରେ ଅଡିଟ କରିବ ବୋଲି ଜଣାପଡିଛି ।  

ଭାରତରେ ଏକ ସୌରଶକ୍ତି କଣ୍ଟ୍ରାକ୍ଟ  ହାସଲ କରିବା ପାଇଁ ଆଦାନି ଗ୍ରୁପ୍‌ ୫ଟି ରାଜ୍ୟର  ସରକାରୀ ଅଧିକାରୀଙ୍କୁ ୨୬.୫ କୋଟି ଡଲାର ବା ୨୨୦୦ କୋଟି ଟଙ୍କାରୁ ଅଧିକ ଲାଞ୍ଚ ଦେଇଥିବା  ଅଭିଯୋଗ ରହିଛି । ସୌରଶକ୍ତି ପ୍ରକଳ୍ପ ଆଳରେ  ଆମେରିକୀୟ ବ୍ୟାଙ୍କ ଏବଂ ନିବେଶକଙ୍କଠାରୁ କୋଟି  କୋଟି ଟଙ୍କା ଉଠାଇ ତାହାକୁ ଲାଞ୍ଚ ବାବଦ ଉକ୍ତ  ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ  ରହିଛି । ଆମେରିକୀୟ କୋର୍ଟ ଗୌତମ ଆଦାନି  ଏବଂ ପୁତୁରା ସାଗର ଆଦାନିଙ୍କ ବିରୋଧରେ  ଗିରଫ ପରୱାନା ବି ଜାରି କରିଛନ୍ତି । 

ଆମେରିକା ପକ୍ଷରୁ କରାଯାଇଥିବା ସମନ୍‌  ବା ନୋଟିସ୍‌ ଅହମ୍ମଦାବାଦସ୍ଥିତ ଗୌତମ  ଆଦାନିଙ୍କ ବାସଭବନ(ଶାନ୍ତିବନ ଫାର୍ମ) ଏବଂ  ସାଗର ଆଦାନିଙ୍କ ଆବାସ(ବୋଦକଦେବ ଘର) କୁ ପଠାଯାଇଛି । ଅନ୍ୟପକ୍ଷରେ, ଆଦାନି ଗ୍ରୁପ୍‌  ଏସବୁ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.