​​​​​​​କୋରାପୁଟ, ୯।୧୨ :  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଅମରବର ମଲିକ୍।  ଠିକାଦାର ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ୍ ବଡାପୁଟ ପଞ୍ଚାୟତରେ ଏମଜିଏନ‌ଆରଜିଏସ  ଯୋଜନାରେ କାମର କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ  ଏଡିଇଓ ଦାବି କରିଥିଲେ। ଏ ନେଇ ସେ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଅମରବର  ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା। ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଖୋଳତାଡ କରୁଛି।