ମୁମ୍ବାଇ, ୨୬/୧ : ୨୦୨୫ ମସିହାରେ ରିଲିଜ୍ ହୋଇଥିବା ବହୁ ଚର୍ଚ୍ଚିତ ଫିଲ୍ମ ‘ଧୁରନ୍ଧର’ ବକ୍ସ ଅଫିସରେ କମାଲ କରିଛି । ରଣବୀର ସିଂହଙ୍କ ମଲ୍ଟିଷ୍ଟାର ରହିଥିବା ଏହି ସିନେମା ଇତିହାସ ସୃଷ୍ଟି କରିଛି । ଫିଲ୍ମର କାହାଣୀ ସାଙ୍ଗକୁ ଦମଦାର ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ଛାପ ଛାଡ଼ିଛି । ତେବେ ଦର୍ଶକେ ଏହାର ଦ୍ବିତୀୟ ଭାଗ ଚାହିଁ ରହିଛନ୍ତି । ଯଦିଓ ଦ୍ବିତୀୟ ଭାଗର କାମ ସରିଛି କିନ୍ତୁ ଅଧିକ ସୁନ୍ଦର କରିବା ପାଇଁ ନିର୍ଦେ୍ଦଶକ ନୂଆ କିଛି ଯୋଡ଼ିବାକୁ ଯାଉଛନ୍ତି । ପ୍ୟାଚଅପ୍ ପାଇଁ କିଛି ସିନର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି ।
ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଡାଇରେକର୍ଟର ଆଦିତ୍ୟ ଧର ଫିଲ୍ମରେ ମେଜର ଇକବାଲଙ୍କୁ ପ୍ରାଚଅପ୍ ସୁଟିଂ କରିଛନ୍ତି । ଅର୍ଜୁନ ରାମପଲ ଏହି ଭୂମିକାରେ ନଜର ଆସିଛନ୍ତି । ପ୍ରଥମ ଭାଗ ଅପେକ୍ଷା ଭିଲେନକୁ ଅଧିକ ଭୟଙ୍କର କରାଇବା ପାଇଁ ଏହି ସୁଟିଂ ହେଉଛି । ଜାନୁଆରୀ ୨୫ ତାରିଖରୁ ମୁମ୍ବାଇର ଭିଲେ ପାର୍ଲେରେ ଗୋଲଡେନ୍ ଟବାକୋ କମ୍ପାଉଣ୍ଡରେ ସୁଟିଂ ହୋଇଚି । ମେଜର ଇକବାଲଙ୍କୁ ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ଚିତ୍ରଣ କରାଯାଇଛି। ଭିଲେ ପାର୍ଲେ ସମ୍ପତ୍ତିର ଗୋଦାମ ଅଂଶକୁ ଏକ ସେଫ୍ ହାଉସ ଭାବରେ ପୁନଃନିର୍ମାଣ କରାଯାଇଛି । ଏହାର ଅର୍ଥ ହେଉଛି ଆଦିତ୍ୟ ଧର ଭିଲେ ପାର୍ଲେରେ ହିଁ ପାକିସ୍ତାନର ସେଫ୍ ହାଉସ ନିର୍ମାଣ କରିଛନ୍ତି। କୁହାଯାଇଛି କି, ଦ୍ବିତୀୟ ଭାଗରେ ମେଜର ଇକବାଲ ଚରିତ୍ରକୁ ଅଧିକ ନିଷ୍ଠୁର ଭାବେ ଚିତ୍ରଣ କରାଯାଉଛି ।
‘ଧୁରନ୍ଧର’ ବକ୍ସ ଅଫିସିରେ ବମ୍ଫର ରୋଜଗାର କରିଛି । ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା ଏବଂ ଆର.ମାଧବନଙ୍କ ଭଳି କଳାକାରମାନେ ଭିଲେନ ଭାବେ ନଜର ଆସିଥିଲେ । ଅକ୍ଷୟ ଖାନ୍ନା ଏହି ଫିଲ୍ମ ରେହେମାନ ଡକେଟ୍ ଭୂମିକାରେ ଅଭିନୟ କରି ବେଶ ପ୍ରଂଶସା ସାଉଣ୍ଟିଥିଲେ । ପ୍ରଥମ ଭାଗଟି କେବଳ ଭାରତରେ ୮୩୩.୪ କୋଟି ଟଙ୍କା ଆୟ କରିଥିବାବେଳେ ବିଶ୍ବବ୍ୟାପି କଲେକ୍ସନ ୧୩୦୦ କୋଟି ଟଙ୍କାର ପାର କରି ସାରିଛି । ତେବେ ଦ୍ବିତୀୟ ଭାଗ ଏହାଠାରୁ ଅଧିକ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି ।
ଏହାସହ ପଢ଼ନ୍ତୁ : ବ୍ୟାଗରେ ମୁଣ୍ଡ, ବସ୍ତାରେ ଶରୀରର ବାକି ଅଂଶ ବିଶେଷ : ହତ୍ୟା କାହାଣୀ ଶୁଣିଲେ ଛାତି ଥରି ଉଠିବ