ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆଦିତ୍ୟ ହୁଣ୍ଡାଇର ତମାଣ୍ଡୋ ଓ ଉତ୍ତରା ଶୋରୁମ୍‌ରେ ଲଞ୍ଚ ହେଲା ଇଲେକ୍ଟ୍ରିକ୍‌ କ୍ରେଟା

Published By : Prameya | January 22, 2025 11:48 PM

ଭୁବନେଶ୍ୱର : ଆପଣ ହୁଣ୍ଡାଇର ଇଲେକ୍ଟ୍ରିକ୍‌ କ୍ରେଟା ଭର୍ସନକୁ କିଣିବା ପାଇଁ ଅପେକ୍ଷା କରିଛନ୍ତି କି ? ଏବେ ଆପଣଙ୍କର ଅପେକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱରରେ ଆଦିତ୍ୟ ହୁଣ୍ଡାଇ ଲଞ୍ଚ କରିଛି ଏହି ବହୁ ପ୍ରତୀକ୍ଷିତ ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍‌ କାର୍‌। ଏହାର ତମାଣ୍ଡୋ ଓ ଉତ୍ତରା ଶୋରୁମ୍‌ରେ ଏହି ହୁଣ୍ଡାଇ ଇଲେକ୍ଟ୍ରିକ୍‌ କ୍ରେଟା କାର ଉପଲବ୍ଧ ଅଛି। ଏହି ଲଞ୍ଚିଂ କାର୍ଯ୍ୟକ୍ରମରେ ଉତ୍ତରା ଶୋରୁମ୍‌ର ଏଜିଏମ୍‌ଙ୍କ ସହ ଆଦିତ୍ୟ ଗ୍ରୁପ୍‌ର ସମସ୍ତ ସେଲ୍ସ ମ୍ୟାନେଜର ,ଉପ-ସଭାପତି ରାଜୀବ ପଣ୍ଡା ଓ ତମାଣ୍ଡୋ ଶୋରୁମ୍‌ର ଏଜିଏମ୍‌ ଉପସ୍ଥିତ ରହିଥିଲେ। 

ଏହି ହୁଣ୍ଡାଇ ଇଲେକ୍ଟ୍ରିକ୍‌ କ୍ରେଟାର ପ୍ରାରମ୍ଭିକ ମୂଲ୍ୟ୧୭ଲକ୍ଷ ୯୯ହଜାର ଟଙ୍କା ରହିଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ଭଳି ଏହି କାରରେ ଅତ୍ୟାଧୁନିକ ସୁରକ୍ଷା ଫିଚର୍ସ ସହ ଉନ୍ନତ ଡିଜାଇନ ରହିଛି। ଏଥିରେ ଅବିଶ୍ୱସନୀୟ ଭାବେ ଉନ୍ନତ ଟେକ୍ନୋଲଜି ସହ ଇଲେକ୍ଟ୍ରିଫାଇଂ ପରଫର୍ମାନ୍ସ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। ଏହା ଭାରତୀୟ ଗ୍ରାହକଙ୍କୁ ଟେକ୍ନୋଲୋଜିକାଲ୍ ଉନ୍ନତ ଉତ୍ପାଦ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। 

ହୁଣ୍ଡାଇ କ୍ରେଟାରେ ଉପଲବ୍ଧ ଥିବା ଅନ୍ୟ ଫିଚର୍ସ ବିଷୟରେ ଯଦି କହିବା ତ , ଏଥିରେ ୬ ଏୟାରବ୍ୟାଗ, ଅଲ୍-ହ୍ୱିଲ ଡିସ୍କ ବ୍ରେକ୍, ଇଲେକ୍ଟ୍ରନିକ୍ ପାର୍କିଂ ବ୍ରେକ୍, ଅଟୋ ହିଲ୍ କଣ୍ଟ୍ରୋଲ୍, ଇଲେକ୍ଟ୍ରନିକ ଷ୍ଟାବିଲିଟି କଣ୍ଟ୍ରୋଲ୍, ଭେଇକଲ୍ ଷ୍ଟାବିଲିଟି ମ୍ୟାନେଜମେଣ୍ଟ, ଚାଇଲ୍ଡ ସିଟ (ISOFIX) ସପୋର୍ଟ ଏବଂ ଟାୟାର ପ୍ରେସ୍‌ର ମନିଟରିଂ ସିଷ୍ଟମ୍ ପରି ଅନେକ ଫିଚର୍ସ ସାମିଲ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.