ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାରାଷ୍ଟ୍ର ରାଜନୀତିରେ ଛକାପଞ୍ଝା; ଉଦ୍ଧବ ଠାକରେଙ୍କ ଶିବସେନାର ବଦଳିଲା ଅଙ୍କ !

Published By : Bijay Swain | November 25, 2024 10:20 PM

Image courtesy:- businessstandard

ନୂଆଦିଲ୍ଲୀ:- ନିର୍ବାଚନ ପରେ ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ନିର୍ବାଚନରେ ବିଜେପି ବହୁଳ ଜନମତରେ ନିର୍ବାଚିତ ହେବାପରେ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ନିର୍ବାଚନ ପରେ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ଓ ଶିବସେନା ୟୁବିଟି ମଧ୍ୟରେ ରାଜନୈତିକ ଲଢେଇ ଚରମ ସ୍ତିତିରେ ପହଞ୍ଚିଛି । ଅନ୍ୟପଟେ ବିଜେପି ନେତୃତ୍ବାଧିନ ମହାୟୁତି ମେଣ୍ଟ ସରକାର ଗଠନ ପାଇଁ ଦାବି ଜଣାଇଛି । ତେବେ ଏହା ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ରାତିରେ ଶିବସେନା ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସେହି ପରି ଉଦ୍ଧବଙ୍କ ଶିବସେନା(ୟୁବିଟି) ମୋଟ ୯୫ଟି ସିଟରେ ନିଜର ପାର୍ଥୀ ଦେଇଥିବା ବେଳେ, ଦଳକୁ ମିଳିଛି ମାତ୍ର ୨୦ଟି ଆସନ । ଏହାକୁ ନେଇ ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ନିଜ ଦଳରେ ଆଣିଛନ୍ତି ବଡ ପରିବର୍ତ୍ତନ ।  

ସୋମବାର ମୁମ୍ବାଇରେ ହୋଇଥିବା ବିରୋଧି ଦଳ ବୈଠକରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଶିବସେନା(ୟୁବିଟି)ର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଓ୍ବର୍ଲୀ ନିର୍ବାଚନ ମଣ୍ଡଳୀରେ ହୋଇଥିବା ନିର୍ବାଚନରେ ଆଦିତ୍ୟ ଠାକରେ ନିଜ ପ୍ରତିଦ୍ବନ୍ଦି ସିନ୍ଧେ ଶିବସେନା ଗୋଷ୍ଠୀର ମିଲିନ୍ଦ ଦେଓରାଙ୍କୁ ୮୮୦୧ ଖଣ୍ଡ ଭୋଟରେ ହରାଇଥିଲେ । ୨୦୧୯ ନିର୍ବାଚନରେ ଆଦିତ୍ୟ ନିଜର ପ୍ରତିଦ୍ବନ୍ଦିଙ୍କୁ ୬୭,୪୨୭ ଖଣ୍ଡ ଭୋଟ ବ୍ୟବଧାନରେ ହରେଇଥିଲେ । 

ଏହି ବିରୋଧି ଦଳ ବୈଠକରେ ପୂର୍ବତନ ମନ୍ତ୍ରୀ ଭାସ୍କର ଯାଦବଙ୍କୁ ଶିବସେନା(ୟୁବିଟି)ର ରାଜ୍ୟସଭା ମୁଖ୍ୟ ଓ ସୁନୀଲ ପ୍ରଭୁଙ୍କୁ ଦଳର ପ୍ରବକ୍ତା ଭାବେ ନିଯୁକ୍ତ କରାଯାଇଛି ବୋଲି ଦଳର ବରିଷ୍ଠ ନେତା ଅମ୍ବାଦାସ ଦାନବେ ଏକ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ମୁମ୍ବାଇରେ ହୋଇଥିବା ବିଧାନସଭା ନିର୍ବାଚନରେ ଉଦ୍ଧବ ଗୋଷ୍ଠୀର ମୋଟ ୨୦ ବିଧାୟକ ଜିତିଥିଲା ବେଳେ ସିନ୍ଧେ ଗୋଷ୍ଠୀର ମୋଟ ୫୭ ଜଣ ବିଧାୟକ ଏହି ନିର୍ବାଚନରେ ଜିତିଛନ୍ତି । 

ନିର୍ବାଚନରେ ଏଭଳି ନିରାଶାଜନକ ପ୍ରଦର୍ଶନ ପାଇଁ ଅନେକ ଲୋକ ଉଦ୍ଧବଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହି ସମୟରେ ସିନ୍ଧେ ଗୋଷ୍ଠୀର ଜଣେ ବିଧାୟକ ଉଦ୍ଧବ ଗୋଷ୍ଠୀର ଅନେକ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି । ଏହି ବିସ୍ଫୋରକ ବୟାନ ପରେ ଉଦ୍ଧବ ଠାକରେ ଏହି ବୈଠକ ଡାକିବା ସହ ନିଜ ଦଳର ସମସ୍ତ ବିଧାୟକଙ୍କୁ ଦଳ ନଛାଡିବା ପାଇଁ ସମସ୍ତ ବିଧାୟକଙ୍କ ନିକଟରୁ ଏପିଡେଭିଟ ନେଇଛନ୍ତି ବୋଲି ଏକ ବିଶେଷ ସୁତ୍ରରୁ ଜଣା ପଡିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.