ଜଗତସିଂହପୁର,୧୭/୦୮: କିଛି ମାସ ତଳେ ବାଲିକୁଦାର ସାଲସାର ଆଗ୍ରୋ ପ୍ରଡକ୍ଟ ରାଇସ ମିଲ୍ରୁ ଜବତ ୧୬୫୨ କ୍ୱିଣ୍ଟାଲ ଚାଉଳ ନିଲାମ କରିବ ପ୍ରଶାସନ । ନିଲାମ ନିମନ୍ତେ ଆସନ୍ତାକାଲିର ସମୟ ଧାର୍ଯ୍ୟ ହୋଇଛି । ଜଗତସିଂହପୁର ଏଡିଏମ(ସାଧାରଣ)ଙ୍କ ଅଫିସରେ ଏହି ଚାଉଳ ନିଲାମ ହେବ । ଏନେଇ କିଛି ଦିନ ତଳୁ ପ୍ରଶାସନ ନୋଟିସ୍ ଜାରି କରିଥିଲେ । ନିଲାମ ପ୍ରକ୍ରିୟାରେ ପ୍ରଶାସନ ପକ୍ଷରୁ ଚାଉଳର ମୂଲ୍ୟ କ୍ୱିଣ୍ଟାଲ ପିଛା ୪,୨୩୮ ଟଙ୍କା ଧାର୍ଯ୍ୟ କରାଯାଇଛି ।
ସୂଚନା ଥାଉକି, ଚଳିତ ଧାନ ସଂଗ୍ରହରେ ସାଲସାର ମିଲକୁ ସାମିଲ କରାଯାଇଥିଲା । କିନ୍ତୁ ଉକ୍ତ ରାଇସ ମିଲ ମଣ୍ଡି ପରିବର୍ତ୍ତେ ସିଧା ସଳଖ ଚାଷୀଙ୍କ ଠାରୁ ଧାନ କିଣିଥିବା ଅଭିଯୋଗ ହୋଇଥିଲା । ଯାହା ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ କିଛି ଅନିୟମିତତା ହୋଇଥିବା ସନ୍ଦେହରେ ବାଲିକୁଦା ଥାନାରେ ଏତଲା ଦେଇଥିଲେ । ବର୍ତ୍ତମାନ ଉକ୍ତ ମିଲ୍ରୁ ଜବତ ଚାଉଳକୁ ପ୍ରଶାସନ ନିଲାମ କରିବାକୁ ଯାଉଛି ।