ଭୁବନେଶ୍ଵର, ୦୭/୦୬ : ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁବଳ ଅଭିଯୋଗରେ ଯନ୍ତ୍ରୀଙ୍କ ୯ଟି ଠିକଣାରେ ଗତକାଲି ରେଡ୍ ହୋଇଥିଲା। ତାଙ୍କ ଲକରରୁ ୨ କୋଟି ଟଙ୍କା ଠାବ ହୋଇଛି। ଲକରରେ ଥିଲା ବିଡ଼ା ବିଡ଼ା ଟଙ୍କା। ଏହି ଟଙ୍କାକୁ ଭିଜିଲାନ୍ସ ଜବତ କରି ନିଜ ଅଫିସକୁ ଆଣିଛି ।

ଯନ୍ତ୍ରୀଙ୍କ ୯ଟି ଠିକଣାରେ ଗତକାଲି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଭୁବନେଶ୍ବର ପଟିଆରେ ଥିବା ୨ ମହଲା ଘରୁ ମିଳିଛି ପୁଳା ପୁଳା ଟଙ୍କା। ସୁନା ଗହଣା ସାଙ୍ଗକୁ ଦାମୀ ଆସବାବପତ୍ର। ଘର ଆଗରେ ଠିଆ ହୋଇଛି ଦାମୀ କାର୍। ବୈକୁଣ୍ଠନାଥଙ୍କ ଘରୁ ମଧ୍ଯ ମିଳିଛି ହୀରା ଖଚିତ ରାଣୀ ସୁନା ହାର, ଯାହା ଭିଜିଲାନ୍ସ କର୍ମଚାରୀଙ୍କୁ ଚକିତ କରିଛି। ଲକ୍ଷ ଲକ୍ଷ ଟଙ୍କାରେ କିଣା ଯାଇଥିବା ଘଣ୍ଟା ସାଙ୍ଗକୁ ଦାମୀ ମୋବାଇଲ ବି ଜବତ ହୋଇଛି। ଏହା ସହିତ ରହିଛି ସୁନାର ଲକ୍ଷ୍ମୀ, ସରସ୍ବତୀ ଓ ଗଣେଶଙ୍କ ମୂର୍ତ୍ତୀ। ଚଢ଼ାଉ ବେଳେ ବାବୁ ବୈକୁଣ୍ଠଙ୍କ ଏହି ଘରୁ ବାହାରିଛି ବିଭିନ୍ନ ବ୍ୟାଙ୍କରେ ଥିବା ୧୧ଟି ପାସ୍ ବୁକ୍ ସାଙ୍ଗକୁ ଚେକ୍ ବୁକ୍। ଭିଜାଲାନ୍ସ ଏବେ ସୁଦ୍ଦା ୫ଟି ବହୁତଳ ପ୍ରାସାଦ, ୧୪ ଦାମୀ ପ୍ଲଟ, ୪୫ ଲକ୍ଷ ଟଙ୍କା ଜମା ଠାବ କରାସାରିଲାଣି ।

ଆହୁରି ପଢ଼ନ୍ତୁ...Vigilance raid : ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍