ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବାବା ଭେଙ୍ଗାଙ୍କ ଆଉ ଏକ ଭୟଙ୍କର ଭବିଷ୍ୟବାଣୀ ; ୪୧ ବର୍ଷ ପରେ ଆମେରିକା ଏମିତି ଅସ୍ତ୍ର ତିଆରି କରିବ, ଯାହାକି ...

Published By : Prameya | April 19, 2025 9:05 PM

ନୂଆଦିଲ୍ଲୀ : ସାରା ବିଶ୍ୱରେ ଅନେକ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜର ଦିବ୍ୟ ଶକ୍ତିରେ ଭବିଷ୍ୟତକୁ ଦେଖିବାର ଶକ୍ତି ହାସଲ କରିଛନ୍ତି। ଏଥିରେ ନାଷ୍ଟ୍ରେଡାମସ , ବାବା ଭେଙ୍ଗା ଆଦିଙ୍କ ନାଁ ସର୍ବପ୍ରଥମେ ଆସେ। ବାବା ଭେଙ୍ଗାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍‌ ସାବ୍ୟସ୍ତ ହୋଇଛି। ତାଙ୍କୁ ବାଲକନର ନାଷ୍ଟ୍ରେଡାମସ ମଧ୍ୟ କୁହାଯାଏ। ସେ ଆଖିରେ ଦେଖି ପାରୁ ନଥିଲେ, ହେଲେ ତାଙ୍କର ଭବିଷ୍ୟବାଣୀ ଗୁଡ଼ିକ ସତ ପ୍ରମାଣିତ ହେଉଥିଲା। ଆସନ୍ତା ବର୍ଷ ଗୁଡ଼ିକ ପାଇଁ ସେ ଅନେକ ଅନେକ କଥା କହିଛନ୍ତି , ଯେଉଁଥିରୁ ଅନେକ ଖୁବ୍‌ ଭୟଙ୍କର। ବାବା ଭେଙ୍ଗା ଦାବି କରିଛନ୍ତି କି, ୨୦୬୬ ମସିହାରେ ଆମେରିକା ଏକ ଏମିତି ଅସ୍ତ୍ରର ଆବିଷ୍କାର କରିବ , ଯାହାକି ପରିବେଶ ପାଇଁ ଖୁବ୍‌ ବିନାଶକାରୀ ବିବେଚନା କରାଯିବ । ଏହି ଅସ୍ତ୍ରର ଆବିଷ୍କାର ଆମେରିକା ଏବେଠାରୁ ପାଖାପାଖି ୪୧ ବର୍ଷ ପରେ କରିବ। 

ବାବା ଭେଙ୍ଗାଙ୍କ ମୃତ୍ୟୁ ୧୯୯୬ରେ ହୋଇଥିଲା ,କିନ୍ତୁ ସେପର୍ଯ୍ୟନ୍ତ ସେ ୫୦୭୯ ପର୍ଯ୍ୟନ୍ତ ବର୍ଷ ପାଇଁ ଭବିଷ୍ୟବାଣୀ ସବୁ କରିଦେଇ ଥିଲେ। ଏଥିରୁ ଏହା ମନେକରାଯାଏ କି, ଏହା ସେହି ବର୍ଷ ହେବ , ଯେବେ ପୃଥିବୀ ଓ ବ୍ରହ୍ମାଣ୍ଡର ଅସ୍ତିତ୍ୱ ଶେଷ ହୋଇ ପାରେ। ସେ ଆମେରିକାରେ ଅଶ୍ୱେତ ରାଷ୍ଟ୍ରପତି ହେବା, ସେକେଣ୍ଡ ୱାର୍ଲ୍ଡ ୱାର, ୯/୧୧ ଆତଙ୍କୀ ହମଲା ,୨୦୦୪ରେ ଆସିଥିବା ସୁନାମୀ ସମେତ ଅନେକ ଘଟଣାର ପ୍ରଥମରୁ ହିଁ ସଠିକ୍‌ ଭବିଷ୍ୟବାଣୀ କରିଦେଇ ଥିଲେ। ତାଙ୍କର ଅନ୍ୟ ସବୁ ଭବିଷ୍ୟବାଣୀ କଥା ଯଦି କହିବା ତ ସେ କହିଥିଲେ କି,୨୦୪୩ ସୁଦ୍ଧା ୟୁରୋପର ୪୪ ଟି ଦେଶରେ ମୁସଲିମ୍‌ ଶାସନ ସ୍ଥାପିତ ହୋଇ ଯିବ।

୨୦୩୩ରେ କ୍ଲାଇମେଟ୍‌ ପରିବର୍ତ୍ତନର କାରଣରୁ ସମୁ୍ଦ୍ରର ଜଳସ୍ତର ବଢିବାକୁ ଲାଗିବ, ଯାହାକି ବଡ଼ ଜନସଂଖ୍ୟା ପାଇଁ ବିପଦ ସଦୃଶ୍ୟ। ଏହା ବ୍ୟତୀତ , ୨୦୪୬ରେ କୃତ୍ରିମ୍‌ ଅଙ୍ଗ ଗୁଡ଼ିକର ବଡ଼ ସ୍ତରରେ ଉତ୍ପାଦନ କରାଯିବ। ୨୦୭୬ରେ ସାମାଜିକ ଜାତି ବ୍ୟବସ୍ଥାର ପତନ ହେବ। ୨୦୮୪ରେ ପ୍ରକୃତି ନିଜକୁ ପୁନର୍ଜୀବିତ କରିବା ଆରମ୍ଭ କରିବ। ଏହା ବ୍ୟତୀତ ୨୦୮୮ରେ ଏକ ଭାଇରସ ଦ୍ରୁତ ଗତିରେ ବାର୍ଦ୍ଧକ୍ୟର କାରଣ ସାଜିବ ଏବଂ ପୁଣି ୨୦୯୭ରେ ଭାଇରସ ନିପାତ ହେବା ଆରମ୍ଭ କରିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.