ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ୪ ଦିନ ପରେ କାହିଁକି ହଠାତ୍ ଅସୁସ୍ଥତାର ଶିକାର ହୋଇଥିଲେ୧୧୨ ପାଇଲଟ୍ ? ସାମ୍ନାକୁ ଆସିଲା ସତ…

Published By : Ladu Kishor | July 24, 2025 6:42 PM

ନୂଆଦିଲ୍ଲୀ: ଜୁନ୍ ୧୨ ରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା କେବଳ ଯାତ୍ରୀ ମାନଙ୍କୁ ପ୍ରଭାବିତ କରିନି, ବରଂ ଏୟାରଲାଇନ୍ କର୍ମଚାରୀ,ବିଶେଷ କରି ପାଇଲଟ୍ ମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଏହି ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ପାଇଲଟ ମାନଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଇଛି, ଯେଉଁ କାରଣରୁ ଅସୁସ୍ଥତା ଯୋଗୁଁ ଛୁଟି ନେବାର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଜୁନ୍ ୧୬ ତାରିଖରେ ଅର୍ଥାତ ଦୁର୍ଘଟଣାର ମାତ୍ର ଚାରି ଦିନ ପରେ, ୧୧୨ ଜଣ ପାଇଲଟ ଅସୁସ୍ଥ ଥିବା ରିପୋର୍ଟ କରିଥିଲେ। ଏଥିରେ ୬୧ ଜଣ ପ୍ରଥମ ଅଧିକାରୀ (ସହ-ପାଇଲଟ୍) ଏବଂ ୫୧ ଜଣ କମାଣ୍ଡର (ମୁଖ୍ୟ ପାଇଲଟ୍) ସାମିଲ ଥିଲେ। ଏହି ପରିସ୍ଥିତି କେବଳ ଏୟାର ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ନୁହେଁ, ବରଂ ସମଗ୍ର ବିମାନ ଶିଳ୍ପ ପାଇଁ ଏକ ଗମ୍ଭୀର ସମସ୍ୟା ପାଲଟିଛି।

ପାଇଲଟ ମାନଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପକୁ ଦୃଷ୍ଟିରେ ରଖି, ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସମସ୍ତ ଏୟାର ଲାଇନ୍ସକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଡିଜିସିଏ ପରାମର୍ଶ ଦେଇଛି ଯେ,ଏୟାରଲାଇନ୍ସ ସେମାନଙ୍କର ବିମାନ କର୍ମଚାରୀ, ଯଥା ପାଇଲଟ୍ ଏବଂ ସହ-ପାଇଲଟ୍ ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରକ (ଏଟିସିଓ) ପାଇଁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିବା ଉଚିତ। 

ଏହି ତାଲିମର ଉଦ୍ଦେଶ୍ୟ ହେଉଛି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରିବା ଏବଂ ସମାଧାନ କରିବା। ଏହା ସହିତ, ଡିଜିସିଏ ବିମାନ କମ୍ପାନୀ ଗୁଡ଼ିକୁ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି ଯେଉଁଥିରେ କର୍ମଚାରୀ ମାନେ ପାରସ୍ପରିକ ସହଯୋଗ ବୃଦ୍ଧି କରିପାରିବେ।

ସଂସଦରେ ଏହି ପ୍ରସଙ୍ଗର ଉତ୍ତର ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ, ମାନସିକ ସ୍ୱାସ୍ଥ୍ୟ ବିମାନ ଶିଳ୍ପରେ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ କହିଛନ୍ତି ଯେ, ଡିଜିସିଏ ସମସ୍ତ ଏୟାରଲାଇନ୍ସକୁ ସେମାନଙ୍କର କର୍ମଚାରୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ସଚେତନତା ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ କର୍ମଚାରୀ ମାନଙ୍କୁ ଚାପ ମୁକାବିଲା କରିବା, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୁଝିବା ଏବଂ ଉଚିତ ସମୟରେ ସାହାଯ୍ୟ ପାଇବାକୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯିବ।

ସୂଚନାଥାଉକି, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୨୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଉଡ଼ାଣ ଆରମ୍ଭ ହେବାର ୩୨ ସେକେଣ୍ଡ ପରେ ବିମାନଟି ଏକ ମେଡିକାଲ କଲେଜ କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.